ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯକ୍ରମ ଅନୁସାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରାପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ କୁମାର ରାଜଗୁରୁଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ରହଣିଆ, (ଚରମ୍ପା) ଭଦ୍ରକ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭରପ୍ରାପ୍ତ ସଚିବ ଶିବାନୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ଯେ ଦେଶର ପ୍ରଗତିରେ ନାରୀମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ନାରୀ ଓ ପୁରୁଷ ହେଉଛନ୍ତି ସମାଜର ଦୁଇଟି ମୁଖ୍ୟ ଅଙ୍ଗ, ଜଣଙ୍କ ବିନା ଅନ୍ୟ ଜଣଙ୍କ ସ୍ଥିତି ଅସମ୍ଭବ ଓ ସମାଜରେ ମହିଳାମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମହିଳାମାନଙ୍କୁ ଶିକ୍ଷିତ କରିବା ସହ ସେମାନଙ୍କୁ ଉଚିତ ସମ୍ମାନ ଦେବା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏଏଲ୍ଡିଏସ୍ ସହାୟକ ଡ। ତାପସ କୁମାର ମହାନ୍ତି, ନେପାଳ ଚନ୍ଦ୍ର ଦାସ, ସଦସ୍ୟ, ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ, ଭଦ୍ରକ ତଥା ପାରା ଲିଗାଲ ସ୍ୱେଚ୍ଛାସେବୀ,ଭଦ୍ରକଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନ କରଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀଗଣ ପରିଚାଳନା ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।