Odiapua.com

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ୟୁନିର୍ଭସାଲ୍ ହେଲଥ୍ କଭରେଜ୍ ଡେ ୨୦୨୫ ପାଳିତ

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ୍‌ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଦ୍ୱାରା ୟୁନିର୍ଭସାଲ ହେଲ୍‌ଥ କଭରେଜ୍ ଡେ ୨୦୨୫ ସ୍ୱଧାର ଗୃହ, ଫେଲୋସିପ୍‌, ଭଦ୍ରକ ଠାରେ ଆୟୋଜନ କରାଯାଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ, ସଚିବ ପୁଣ୍ୟଶ୍ଲୋକ ରଥ ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ପାଇଁ ଉନ୍ନତ ତଥା ଉପଲବ୍ଧ କରାଇବା ନୁହେଁ ବରଂ ସମସ୍ତଙ୍କୁ ଆର୍ôଥକ ନିରାପତା ସହିତ ସମାନ ତଥା ଉତମ ସ୍ୱାସ୍ଥ୍ୟ ଯାହାକି ସମସ୍ତେ ସୁବିଧାରେ ଓ ସମାନ ଭାବରେ ପାଇପାରିବେ ସେ ସମ୍ପର୍କରେ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଇଥିଲେ । ଅତିଥିମାନଙ୍କ ମଧ୍ୟରେ ଡଃ ତାପସ କୁମାର ମହାନ୍ତି, ସହାୟକ, ଏଲ.ଏ.ଡିସ.ଏସ, ଭଦ୍ରକ, ଦୀପକ କୁମାର ସାହୁ, ପ୍ୟାନେଲ୍ ଓକିଲ, ଭଦ୍ରକ, ସାବିତ୍ରୀ ବିଶ୍ୱାଳ, ଟି.ଆଇ, ପ୍ରୋଜେକ୍ଟ ମ୍ୟାନେଜର ଯୋଗ ଦେଇଥିଲେ। ଅତିଥିମାନଙ୍କ ମତରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ପାଇଁ ଉନ୍ନତ ତଥା ଉପଲବ୍ଧ କରାଇବା ନୁହେଁ ବରଂ ସମସ୍ତେ ଏଥିପ୍ରତି ପ୍ରୟାସ କରିବା ଯେପରି ସାର୍ବଭୌମିକ ସ୍ୱାସ୍ଥ୍ୟ ନିୟନ୍ତ୍ରଣରେ ଉତମ ସ୍ୱାସ୍ଥ୍ୟ ସେବା ଏବଂ ଯୋଜନା ସବୁ ଯୋଗାଇବା। ସାଧାରଣ ଲୋକଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ମୂଳକ ପ୍ରତିଷେଧକ, ଆରୋଗ୍ୟକାରୀ ଏବଂ ପୁନଃ ଥଇଥାନ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଝାଟିଆ ଗ୍ରାମରେ ଏଚ. ଆଇ. ବି. ଏଡ଼୍‌ସ ସଂର୍ପକିତ ସଚେତନତା କାର୍ଯ୍ୟକ୍ରମ ତତ୍ ସହିତ ଏଚ. ଆଇ. ବି. ବାବଦରେ ରକ୍ତ ପରୀକ୍ଷା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟ କ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମୀଗଣ ତଥା ଫେଲୋସିଫ୍ ସଦନର କର୍ମୀ ମଧ୍ୟ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ।