ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଆଇନ୍ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ସମ୍ବିଧାନ ଦିବସ ନିମିତ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ, ଭଦ୍ରକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ସମ୍ବିଧାନର ଆମୁଖ (ପ୍ରିଏମ୍ବଲ) ପାଠ କରାଯାଇଥିଲା । ଏଥିରେ ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି ବୃନ୍ଦଙ୍କ ସମେତ ସମସ୍ତ କର୍ମଚାରୀଗଣ ମଧ୍ୟ ସମ୍ବିଧାନ ପାଠରେ ଯୋଗ ଦେଇଥିଲେ । ଏହା ସହିତ ଚିଙ୍ଗୁଡ଼ିପୁରସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର, ଭଦ୍ରକ ଠାରେ ସମ୍ବିଧାନ ଦିବସ ପାଳନ ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ଶ୍ରୀ ପୂଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମ୍ବିଧାନ ଅଧିକାର ଓ କର୍ତବ୍ୟ ସଂପର୍କିତ ନିଜ ବକ୍ତବ୍ୟ ମାଧ୍ୟମରେ ସମ୍ବିଧାନ ପ୍ରତି ପ୍ରତ୍ୟେକ ନାଗରିକମାନଙ୍କର ମର୍ଯ୍ୟାଦା ଓ ବିଶ୍ୱାସକୁ ଅଖଣ୍ଡ ରଖିବା ତଥା ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଇତ୍ୟାଦି ବିଷୟରେ ପ୍ରତିପାଦନ କରି ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ସଂଗ୍ରାମ ପଟ୍ଟନାୟକ, ଇନ୍ସପେକ୍ଟର, ଭଦ୍ରକ, ଡ଼. ତାପସ କୁମାର ମହାନ୍ତି, ବହ୍ନିଶିଖା ବିଶ୍ୱାଳ, ସହାୟକ ଏଲ୍.ଏ.ଡ଼ିସ୍.ଏସ୍, ନ୍ୟାୟରକ୍ଷକ ଭଦ୍ରକ, ଅଜୟ କୁମାର ନନ୍ଦ, ପ୍ରଧାନଶିକ୍ଷକ, ଗୀତ ରୋଜାଲିନ୍, ସହାୟକ ପ୍ରଧାନଶିକ୍ଷକ, ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଚିଙ୍ଗୁଡ଼ିପୁର, ଭଦ୍ରକ ତଥା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ । ପରିଶେଷରେ ଭଲ ବକ୍ତୃତା ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସୂରପ ପୁସ୍ତକ ଓ କଲମ ପ୍ରଦାନ କରାଯାଇଥିଲା ଏବଂ ତତ୍ସହିତ ଭବିଷ୍ୟତରେ ଜଣେ ଜଣେ ଭଲ ଛାତ୍ର ହେବା ପାଇଁ ଉପସ୍ଥିତ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ ।