Odiapua.com

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ କୁମାର ରାଜଗୁରୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ପୁଣ୍ୟଶ୍ଳୋକ ରଥଙ୍କ ତତ୍ୱାବଧାନରେ ବର୍ଜ୍ୟବସ୍ତୁର ସୁପରିଚାଳନା ନିମିତ ଏକ ସଚେତନତା କାର୍ଯ୍ୟକ୍ରମ ପୁରୁଣାବଜାର ନଙ୍ଗାମହଲାସ୍ଥିତ ଫେଲୋସିପ୍‌, ଶିଶୁ ଯତ୍ନଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁଥିବା ବିଭିନ୍ନ ବସ୍ତୁ ଯାହାକି ଆମେ ବାହାରେ ଫିଙ୍ଗିଦେଇଥାଉ ଅଥବା ପୋଡ଼ି ଦେଇଥାଉ । ମାତ୍ର ସେହି ବର୍ଜ୍ୟବସ୍ତୁରୁ ବହୁତ ଗୁଡ଼ିଏ ସୁନ୍ଦର ପଦାର୍ଥ ଆମେ ତିଆରି କରି ପୁନଃ ଚକ୍ରିକରଣ ପ୍ରକ୍ରିୟା ମାଧ୍ୟମରେ ଆମେ ସେହିସବୁ ବର୍ଜ୍ୟବସ୍ତୁର ସୁପରିଚାଳନା କରିପାରିବା। ଏହି କାର୍ଯ୍ୟକ୍ରମରେ ତାପସ କୁମାର ମହାନ୍ତି, ଏଲ୍‌.ଏ.ଡିସ୍‌.ଏସ୍‌. ସହାୟକ, ଭଦ୍ରକ,ଏସ୍‌.ଏମ୍‌. ଫାରୁକ୍‌, ସଂପାଦକ, ଫେଲୋସିପ, ଭଦ୍ରକ, ଲଲାଟେନ୍ଦୁ ମହାନ୍ତି, ନିର୍ଦ୍ଦେଶକ, ଫେଲୋସିପ୍‌, ଭଦ୍ରକ, ତାପସ କୁମାର ସାମଲ, କାର୍ଯ୍ୟକାରୀ ଅଧିକାରୀ, ଭଦ୍ରକ ମ୍ୟୁନିସ୍‌ପାଲିଟ, ଆଶିଷ କୁମାର ମହାପାତ୍ର, ବିଷ୍ଣୁପ୍ରସାଦ ବେହେରା, ବିକ୍ରମ ବଳ, ସାନିଟେସନ୍ ଅଧିକାରୀ ଭଦ୍ରକ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର କର୍ମଚାରୀଗଣ ଏବଂ ପି.ଏଲ୍‌.ଭି. ଅର୍ଣ୍ଣପୂର୍ଣ୍ଣା ସାହୁ, ପୁଷ୍ପାଞ୍ଜଳୀ ବେହେରା, ସସ୍ମିତା ବାରିକ୍‌, ଉର୍ମିଳା ପଣ୍ଡା, ମଧୁସ୍ମିତା ମଲିକ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳାମାନେ ପୁରୁଣା ବର୍ଜ୍ୟବସ୍ତୁରୁ ବହୁତ ସୁନ୍ଦର ଜିନିଷମାନ ଯଥା ବିଂଚଣା, ଫୁଲଦାନି, ତୋରଣ ଭଳି ଜିନିଷ ତିଆରି କରିଛନ୍ତି । ଯାହାକି ଅତ୍ୟନ୍ତ ଉତ୍ସାହ ଜନକ କାର୍ଯ୍ୟ ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାଏ। ଶେଷରେ ଫେଲୋସିପ୍‌ରେ ଥିବା ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା।