Odiapua.com

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ତରଫରୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ଲିଗାଲ ଏଜୁକେଶନ ଡିପାର୍ଟମେଣ୍ଟରେ ମାନ୍ୟବର ସୁପ୍ରିମ କୋର୍ଟ, ଭାରତର ଟ୍ରାନ୍‌ସଲେସନ୍ ଜଜ୍‌ମେଂଟ ଆଂଚଳିକ ଭାଷା ଯାହାକି ଆର୍ଟିଫିସିଆଲ ଇେଂଟଲିଜେନ୍ସ ଟୁ (ସୁଭାଷ) ସୁପ୍ରିମକୋର୍ଟ ଭିତିକ ଅନୁଦାନ ସଫ୍‌ଟୱେୟାର ଏବଂ ମାନ୍ୟବର ହାଇକୋର୍ଟ ଭିଡ଼ିଓ କନ୍‌ଫରେନ୍ସଙ୍କ କୋର୍ଟ ରୁଲସ-୨୦୨୦ ଏବଂ ଆଇସିଟି ତଥା ମିଡ଼ିଏସନ୍ (ମଧ୍ୟସ୍ଥତା) ରୁଲ୍‌ସ ୨୦୦୭ ସମ୍ବନ୍ଧରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀମତୀ ଅଗ୍ରୱାଲ ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲ, ଡ. ଦୁର୍ଗାଶଙ୍କର ଦାସ, ଡେପୁଟି ଡି.ଏସ୍‌.ପି., ଭଦ୍ରକ ସତ୍ୟ କୁମାର ନନ୍ଦ, ସିନିୟର ଆଡ଼ଭୋକେଟ ଭଦ୍ରକ ନିରାକାର ଜେନା, ମେମ୍ବର ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼, ଭଦ୍ରକ, ବନମାଳୀ ଜେନା, ଏଲ୍‌.ଏ.ସିସି.ଏମ୍‌. ସହାୟକ, ଭଦ୍ରକ, ଡଃ ତାପସ କୁମାର ମହାନ୍ତି, ସେଲ୍ଫ ଫାଇନାନ୍ସ କୋର୍ଟ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ପିତାମ୍ବର ପଣ୍ଡା, ରାଜନୀତି ବିଜ୍ଞାନ ବିଭାଗ, ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ବରାଳ, ଆଡ଼ଭୋକେଟ, ଭଦ୍ରକ ସ୍ନିଗ୍ଧା ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଭଲ ମଣିଷ ତଥା ସୁଖୀ ମଣିଷଟିଏ ହୋଇ ସମାଜକୁ ଦିଗ୍‌ଦର୍ଶନ ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବାରେ ସହାୟକ ହେବେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅତି ଆଗ୍ରହ ସହକାରେ ସମସ୍ତ ବିଷୟବସ୍ତୁକୁ ଶାନ୍ତିଶୃଙ୍ଖଳାର ସହ ବସି ଶୁଣିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜୁଭେନାଇଲ୍ ଜଷ୍ଟିସ୍ ତଥା ପୋସ୍କୋ ଏବଂ ଭିକ୍ଟିମ୍ କମ୍ପେ୍ଲନ୍ ସେସନ୍ ସ୍କିମ୍ ମଧ୍ୟ ଆଲୋଚନା କରାଯାଇ କୋଳମତି ଛାତ୍ରଛାତ୍ରୀମାନଙ୍କୁ ଅବାଟରେ ନଯାଇ ସର୍ବଦା ନ୍ୟାୟିକ ରାସ୍ତାରେ ଚାଲିବାପାଇଁ ସଚେତନ କରାଯାଇଥିଲା । ଆର୍ଟିଫିସଆଲ ଇେଂଟଲିଜେନ୍ସର ବ୍ୟବହାର ଦୈନନ୍ଦିନ ଜୀବନରେ ବହୁତ ପ୍ରଭାବିତ ହେବ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଯାଇଥିଲା । ନାଲସା ହେଲ୍ପଲାଇନ୍ ନଂ ୧୫୧୦୦ ମାଧ୍ୟମରେ ସାଧାରଣ ଲୋକମାନେ ସହାୟତା ପାଇପାରିବେ ।