Odiapua.com

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ ଭଦ୍ରକଙ୍କ ପକ୍ଷରୁ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଯୌନ ଶୋଷଣ ଆଇନ୍ ଏବଂ ମୌଳିକ କର୍ତ୍ତବ୍ୟ ଏବଂ ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ୍ ତଥା ବିଭିନ୍ନ ସଚେତନତା ଆଇନ୍ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଆଧାରିତ ଏକ ସଚେତନତା କାର୍ଯ୍ୟକ୍ରମ ଯୋଗୀ ଋଷି ଲଚ୍ଛମନ୍ ଶିଶୁ ଆଶ୍ରମ, ଦୋଳସାହି , ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁକ୍ତିରଞ୍ଜନ ଶତପଥୀ ଅତିରିକ୍ତ ଜିଲ୍ଲା ଓ ଦୈରାଜଜ୍‌-ତଥା-ସ୍ୱତନ୍ତ୍ର ବିଚାରପତି(ପୋକ୍ସ)ଭଦ୍ରକ ଅଧ୍ୟକ୍ଷତା କରିଥିଲେ ଏବଂ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ ଭଦ୍ରକ ଏହାକୁ ପରିଚାଳନା କରିଥିଲେ । ପୋକ୍ସ ଉପରେ ଆଧାରିତ ଚଳଚିତ୍ର ଦେଖାଇ ଅନ୍ତେବାସୀମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ସହ ଜଡ଼ିତ ଯୌନ ସମ୍ବନ୍ଧୀୟ ବିଷୟବସ୍ତୁ ଏବଂ ଆମେ ନାଗରିକ ହିସାବରେ ଆମର ଦେଶ ପ୍ରତି କଣ ସବୁ ମୈଳିକ କର୍ତ୍ତବ୍ୟ ରହିଛି ତଥା ଅନ୍ୟାନ୍ୟ ଆଇନ୍ ସମ୍ବନ୍ଧୀୟ ତଥ୍ୟକୁ ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କ ପାଇଁ ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗୀ ଋଷି ଆଶ୍ରମର ଜ୍ୟୋତିପ୍ରକାଶ ପତି, ଅଧୀକ୍ଷକ ଲୋକନାଥ ପତି, ସମ୍ପାଦକ ରଘୁନାଥ ପଶୁପାଳକ କାର୍ଯ୍ୟକାରୀ ସଭ୍ୟ ତଥା ପରିଚାଳନା ଅଧ୍ୟକ୍ଷ ରଶ୍ମିରଞ୍ଜନ ବେହେରା ପରାମର୍ଶଦାତା ମନୋଜ କୁମାର ନାୟକ, ଶିକ୍ଷକ ଚକ୍ରଧର ମହାରଣା, ହିସାବ ରକ୍ଷକ ଭଦ୍ରକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ବାଲ୍ୟବିହାହ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନରେ ଅଧିକାର କରିଥିବା କୃତି ପିଲାମାନଙ୍କୁ ଆଗକୁ ବଢ଼ି ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହୋଇ ସମାଜର ମଙ୍ଗଳ ନିମନ୍ତେ କାର୍ଯ୍ୟକରିବା ପାଇଁ ପ୍ରେରଣା ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ, ଭଦ୍ରକର ସମସ୍ତ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରି ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।