Odiapua.com

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳିତ

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, ଭଦ୍ରକଙ୍କ ତରଫରୁ ନାରାୟଣ ଚନ୍ଦ୍ର ହାଇସ୍କୁଲ, ପୁରୁଣାବଜାର, ଭଦ୍ରକ ଠାରେ ଶିଶୁ ଦିବସ ପାଳନ କରାଯାଇଅଛି । ଏହି ଶିଶୁ ଦିବସ ଅବସରରେ ନେହା ଅଗ୍ରୱାଲ, ସଚିବ ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ, ଭଦ୍ରକ ଅଧ୍ୟକ୍ଷତା କରି ପିଲାମାନଙ୍କୁ ଏହି ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ଶିଶୁ ଦିବସରେ ପ୍ରତ୍ୟେକ ଶିଶୁ ସେମାନଙ୍କର ଅଧିକାର ତଥା ଯତ୍ନ ଏବଂ ସୁରକ୍ଷା ଏସବୁକୁ କେମିତି ପାଇବେ ଏବଂ ପିଲାମାନେ ସୁଶିକ୍ଷା ଅର୍ଜନ କରି ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହୋଇ ବାହାରିବେ ସେହି ସବୁ ବିଷୟରେ ଆଲୋଚନା କରାଯାଇଥିଲା ।