Odiapua.com

ଜିଲ୍ଲା ଆଇନ୍‌ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳିତ

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନସେବା ପ୍ରାଧିକରଣ, ଭଦ୍ରକଙ୍କ ତରଫରୁ ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର । ଭଦ୍ରକ ଠାରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଜ୍ଞା ପାରମିତା ରାଉଳ, ବିଚାରପତି, ପରିବାର ଅଦାଲତ ମୁଖୀ ଅତିଥି ଏବଂ ଆଶିଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା୍ ଏବଂ ଦୌରାଜର୍ଜ, ଭଦ୍ରକ, ମୁକ୍ତିରଞ୍ଜନ ଶତପଥୀ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକସୋ), ଭଦ୍ରକ, ସଂଗୀତା ପାଣି, ମୁଖ୍ୟ ବିଚାର ବିଭାଗୀୟ, ବିଚାରପତି ଭଦ୍ରକ, ନେହା ଅଗ୍ରୱାଳ, ସଚିବ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ଭଦ୍ରକ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିଥିଲେ । ଭଗବାନ ପରିଡ଼ା,ନିର୍ଦ୍ଦେଶକ, ପରିଚାଳକ ତଥା ସାଧାରଣ ସଂପାଦକ, ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର, ଭଦ୍ରକ ସ୍ୱାଗତ ଭାଷଣ ତଥା ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସଂଗେ ସଂଗେ ଆଜିର ଏହି ଭିନ୍ନକ୍ଷମ ଦିବସର ଇତିହାସ ସଂପର୍କରେ ସମ୍ୟକ ସୂଚନା ଦେବା ସହିତ ଏହି ଦିବସର ତାତ୍ପର୍ଯ୍ୟ ଏବଂ ଲକ୍ଷ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସମସ୍ତ ବିଚାରପତିବୃନ୍ଦ ମଧ୍ୟ ଉପସ୍ଥିତ ଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସମସ୍ତ ସେବା, ସୁଯୋଗ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ସଂପର୍କରେ ବିଷଦ ଆଲୋଚନା କରିବା ସହିତ ସେମାନେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧନା ତଥା ଉପକରଣମାନ ବଣ୍ଟନ କରାଯାଇଥିଲା ଏବଂ ସେମାନଙ୍କୁ ଆଗକୁ ଆହୁରି ଉନ୍ନତି କରିବାକୁ ଏକ ମାଧ୍ୟମରୂପେ ଏସବୁ ସହାୟକ ହେବ ବୋଲି ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା