Odiapua.com

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ଭଦ୍ରକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଇନ୍‌ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ନେହା ଅଗ୍ରୱାଲଙ୍କ ତତ୍ୱବଧାନରେ ଗେଲଟୁଆ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାସୁଦେବ ସ୍ୱାଇଁ, ଗେଲଟୁଆ ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚାରୁଲତା ମହାପାତ୍ର, ଗେଲଟୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଦାସ, ଶିକ୍ଷକ ପ୍ରତାପ କୁମାର ଦାସ, ଏଲ୍‌.ଏ.ଡ଼ିସି.ଏସ୍‌. ଭଦ୍ରକର ସହାୟକ ତାପସ କୁମାର ମହାନ୍ତି ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର କର୍ମକର୍ତାମାନେ ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୌଳିକ କର୍ତବ୍ୟ, ଶିଶୁ ସହ ଜଡ଼ିତ ଯୌନ ନିର୍ଯ୍ୟତନା, ଅଧିନିୟମ, କିଶୋର ନ୍ୟାୟ ଅଧିନିୟମ, ବାଲ୍ୟବିବାହ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସଂପର୍କତ ଆଇନ୍ ସମ୍ବନ୍ଧରେ ଉପସ୍ଥିତ ଥିବା ସମସ୍ତ ଅତିଥିଗଣ ବିଦ୍ୟାଳୟର ପିଲାମାନଙ୍କୁ ବିଭିନ୍ନ ଗଳ୍ପ, ଭିଡ଼ିଓ ମାଧ୍ୟମରେ ବୁଝାଇଥିଲେ ।