ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, ଭଦ୍ରକଙ୍କ ଦ୍ୱାରା ଜିଲ୍ଲା କାରାଗାରରେ ଅନ୍ତେବାସୀମାନଙ୍କୁ ଧୂପକାଠି ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ନିଜେ କିଭଳି ସ୍ୱାବାଲମ୍ବୀ ହୋଇ ହୋଇ ପାରିବେ ସେଥି ନିମିତ ସଚେତନତା କରାଯାଇଥିଲା ଏବଂ ତତ୍ ସହିତ ନିଶା ନିବାରଣ ନିମନ୍ତେ ଉପସ୍ଥିତ ଅନ୍ତେବାସୀ ମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ପୁଣ୍ୟଶ୍ଲୋକ ରଥ, ଅଧୀକ୍ଷକ, ଜିଲ୍ଲା କାରାଗାର, ଭଦ୍ରକ ବିକାଶ ସେଠୀ, ପ୍ରଶିକ୍ଷକ କମଳା ମିଶ୍ର, ଜୟନ୍ତୀ ପଡିହାରି ବାବା ଧବଳେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀ, କାଦବରାଗ, ଭଦ୍ରକ ପ୍ରମୁଖ ଉପସ୍ଥିତ ଥିଲେ।