ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯକ୍ରମ ଅନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ବଉଳ ପୋଖରୀ ସରକାରୀ ବିଦ୍ୟାଳୟ,, ଚରମ୍ପା, ଭଦ୍ରକ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ଉଦ୍ବୋଧନ ଦେଇ ପରିଚାଳନା କରିଥିଲେ । ଅତିଥିମାନଙ୍କ ମଧ୍ୟରେ ରାମଚନ୍ଦ୍ର ନାୟକ, ସମ୍ପାଦକ, ଭଦ୍ରକ ମୋହରିର ସଙ୍ଘ ତଥା ସାମାଜିକ କର୍ମୀ, ଭଦ୍ରକ, ବହ୍ନିଶିଖା ବିଶ୍ୱାଳ, ପ୍ରତିପକ୍ଷ ଓକିଲ ଏବଂ ନ୍ୟାୟ ରକ୍ଷକ ଭଦ୍ରକ, ପ୍ରୀତିରଣୀ ଦାସ, ବନରକ୍ଷୀ ବିଭାଗ, ସାତଭଉଣୀ , ଭଦ୍ରକ ସସ୍ମିତା ଦୀକ୍ଷିତ, ପ୍ରଧାନଶିକ୍ଷୟିତ୍ରୀ, ବଉଳପୋଖରୀ ସରକାରୀ ବିଦ୍ୟାଳୟ ତଥା ବନରକ୍ଷୀ କର୍ମଚାରୀ ଗଣ ଏବଂ ୬୦ରୁ ଉର୍ଦ୍ଧ୍ୱ ଜନସାଧାରଣ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତାର ବାର୍ତା ଦିଆଯାଇଥିଲା ଯେ ଅଧୁନା ଆମର ଏହି ସୁନ୍ଦର ପରିବେଶ ଦୂଷିତ ହେବାରେ ଲାଗିଛି। ଏଣୁ ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ ପରିବେଶକୁ ରକ୍ଷା କରିବା ଆମର କର୍ତ୍ୟବ। ଏହା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଶେଷ ଲୋକ ଅଦାଲତ ( ସମାଧାନ ସମାରୋହ) -୨୦୨୬ ବାବଦରେ ମଧ୍ୟ ସଚେତନତା କରାଯାଇଥିଲା।ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀ ଗଣ ତଥା ସ୍ୱେଚ୍ଛାସେବୀ ଗଣ ସସ୍ମୀତା ସାହୁ, ପ୍ରମିଳା ପ୍ରଧାନ, ଚାରୁଲତା ବେହେରା, ଶକୁନ୍ତଳା ପାତ୍ର, ମଧୁସ୍ମିତା ମଲ୍ଲିକ, ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।