Odiapua.com

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦୠ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ପରାଶିଙ୍ଘା ଗ୍ରାମ ପଂଚାୟତ ସଭା ଗୃହ, ଏରେଇଁ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ଉଦ୍‌ବୋଧନ ଦେଇ ପରିଚାଳନା କରିଥିଲେ । ଅତିଥିମାନଙ୍କ ମଧ୍ୟରେ ବହ୍ନିଶିଖା ବିଶ୍ୱାଳ, ପ୍ରତିପକ୍ଷ ଓକିଲ, ଏଲ.ଏ.ଡ଼ିସ୍‌.ଏସ୍‌. ଏବଂ ନ୍ୟାୟ ରକ୍ଷକ ଭଦ୍ରକ, ଶ୍ରୀ ଦୀପ୍ତିରଞ୍ଜନ ସାହୁ, ଶ୍ରମ ଅଧିକାରୀ, ଭଦ୍ରକ ଅନୁସୟା ସେଠୀ , ସରପଂଚ, ତଥା ୭୦ ରୁ ଊର୍ଦ୍ଧ୍ୱ ଜନସାଧାରଣ ଯୋଗଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଜରିଆରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ଏବଂ ମୌଳିକ କର୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ତଥା ଲୋକ ଅଦାଲତ ବିଷୟରେ, ମଧ୍ୟସ୍ଥତା ମାଧ୍ୟମରେ କିପରି ବିଚାରାଧିନ ଥିବା କେସ୍ ଗୁଡ଼ିକର ଅତି ସରଳ ଓ ସହଜରେ ସେମାନଙ୍କୁ ମିଳାମିଶା କରାଯାଇପାରେ ଏବଂ ଜିଲ୍ଲା ଆଇନ ସେବା ପ୍ରଧୀକରଣ ଜରିଆରେ ଗରିବ ତଥା ନିଷ୍ପେସିତ ଲୋକମାନେ ଶୀଘ୍ର ଏବଂ ତ୍ୱରିତ ନ୍ୟାୟ ପାଇପାରିବେ ବୋଲି ଉପସ୍ଥିତ ଥିବା ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀ ରଥ ୧୫୧୦୦ ଦେୟମୁକ୍ତ ନମ୍ବର ବାବଦରେ ମଧ୍ୟ ଜଣାଇଥିଲେ। ଶ୍ରମ ଅଧିକାରୀ ମଧ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟ ଦ୍ୱାରା ସାଧାରଣ ଲୋକଟିଏ ବହୁତ ଗୁଡିଏ ସୁବିଧା ପାଇପାରିବା ସେ ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀଗଣ ଏହି କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ