Odiapua.com

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଦରିଦ୍ର ନାରାୟଣ ଯୋଗୀ ଋଷି ଲଚ୍ଛମନ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟ ବସ୍ତୁରୁ କିପରି ବ୍ୟବହାର ଉପଯୋଗୀ ଦ୍ରବ୍ୟମାନ ପ୍ରସ୍ତୁତ ହୋଇପାରିବ ଏବଂ ନାଲସା ଦ୍ୱାରା ଜାରି ହୋଇଥିବା ୧୫୧୦୦ ସମ୍ପୂର୍ଣ ଦେୟମୁକ୍ତ ନମ୍ବରର କିଭଳି ସଠିକ ବ୍ୟବହାର କରିବେ ସେ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ, ଜିଲ୍ଲା ଶିଶୁ ଓ ଯତ୍ନ ଅଧିକାରୀ, ଭଦ୍ରକ ଅବିନାଶ ମହାନ୍ତି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏଏଲ୍‌ଡିଏସ୍ ସହାୟକ, ଡ. ତାପସ କୁମାର ମହାନ୍ତି , ଏହି ଶିଶୁ ଆଶ୍ରମର ସମ୍ପାଦକ, ଲୋକନାଥ ପତି ଏବଂ ଆଶ୍ରମର ଅନ୍ୟାନ୍ୟ ସହକର୍ମୀଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଚେତନତା କରାଇ ଥିଲେ। ଏହି ଅବସରରେ ପିଲାମାନଙ୍କୁ ନେଇ ସୁରକ୍ଷିତ ଶୈଶବ, ସୁରକ୍ଷିତ ଭବିଷ୍ୟତ ଉପରେ ଏକ ଶୋଭାଯାତ୍ରା କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀ ଗଣ ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।