Odiapua.com

ଜିଲ୍ଲା ଅବକାରୀ ବିଭାଗର ଚଢାଉ : ୫୦ଲିଟର ଚୋରାଦେଶୀମଦ ଜବତ

କେନ୍ଦ୍ରାପଡା, ୯ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନା ଅଚଂଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୦ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି। ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶକ୍ରମେ ଅବକାରୀ ସବଇନିସପେକ୍ଟର ସରୋଜ କୁମାର ବାଗ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମଢିଆଳ, ମାଧପୁର ଓ ବଳଗଣ୍ଡି ଗ୍ରାମରେ ଚଢାଉ କରି ସୁବାଷ ମଣ୍ଡଳ, ଅଜୟ ପଣ୍ଡା ଓ କଳ୍ପନା ସାହୁଙ୍କ ଠାରୁ ଯଥାକ୍ରମେ ୧୦ଲିଟର, ୨୦ଲିଟର ଓ ୨୦ଲିଟର ଚୋରା ଦେଶୀମଦ ଜବତ କରାଯିବା ସହିତ ୩ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି।