Odiapua.com

ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ଉତ୍ସବ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ବାଙ୍କନିଧି ବେହେରା ଯୋଗଦେଇ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ସ୍ପନ୍ଦନ ମଲ୍ଲିକ, ଉପ ସଭାପତି ରଂଜନ ଯେନା, ସମସ୍ତ ବ୍ଲକ ଓ ଟାଉନ ସଭାପତି ଓ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ କଂଗ୍ରେସ ସବୁବେଳେ ଦଳିତମାନଙ୍କ ସହିତ ଅଛି । ଦଳିତମାନଙ୍କ ସ୍ୱାର୍ଥ ପ୍ରତି ଦଳ ଯତ୍ନବାନ୍ । ଦଳିତମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଡ. ଭୀମ ରାଓ ଆମ୍ବେଦକରଙ୍କ ପ୍ରୟାସ ପାଇଁ ଆଜି ସମାଜରେ କିଏ ବିଧାୟକ ତ ଆଉ କିଏ ସାଂସଦ, ସରପଞ୍ଚ, ସମିତିସଭ୍ୟ ହୋଇ ପାରୁଛନ୍ତି । ବହୁ ଦଳିତ ବ୍ୟକ୍ତିମାନେ ମଧ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ସ୍ଥାନ ସଂରକ୍ଷଣର ସୁଯୋଗରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି ବୋଲି ଶ୍ରୀ ବେହେରା କହିଥିଲେ । ସେହିପରି ଜିଲ୍ଲା କଂଗ୍ରେସ ଅନୁସୂଚୀତ ଜାତିର ଅଧ୍ୟକ୍ଷ ସ୍ପନ୍ଦନ ମଲ୍ଲିକ ନିଜ ବକ୍ତବ୍ୟରେ ଦଳିତମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚାର ଆବାହକ ରଂଜନ ବେହେରା, ବ୍ଳକ କଂଗ୍ରେସ ସଭାପତି ସରୋଜ ଦାସ, ଜିଲ୍ଲା ପଂଚାୟତରାଜ ସଂଗଠନ ସଭାପତି ପ୍ରଦ୍ୟୁମ୍ନ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ଜାନକୀ ମଲ୍ଲିକ ବକ୍ତବ୍ୟ ରଖିଥିଲେ । ବିଜୟ ବାରିକ, ମନୋଜ ମଲ୍ଲିକ, ଖଗେଶ୍ୱର ଜେନା, ଧରଣୀଧର ଜେନା, କାଳିନାଥ ଜେନା, ପଦ୍ମଲୋଚନ ବେହେରା, ଆଇନଜୀବୀ ଶଶିକାନ୍ତ ଜେନା, ପ୍ରମିଳା ସେଠୀ, ପୂର୍ଣ୍ଣିମା ଦାସ, ଜବାମଣୀ ମୁର୍ମୁୁ, ବାବା ହରେକୃଷ୍ଣ ସେଠୀ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।