Odiapua.com

ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର -୧୯/୭ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସଟିକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସକାଳ୪.୩୦ମିନିଟ୍ ସମୟରେ ରାମ୍ ଧୁନ୍, ୬ଟାରେ ବିଦ୍ୟାଳୟ ଗୁଡିକ ମଧ୍ୟରେ ପ୍ରଭାତ ଫେରି କରାଯିବ। ସକାଳ ୭.୩୦ ମିନିଟ୍ ସମୟରେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ପୂର୍ବାହ୍ନ ୯.୧୫ ମିନିଟ୍ ସମୟରେ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ଅବସରରେ ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ୍ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସ୍ୱାଧିନତା ଦିବସ ପାଳନ ଅବସରରେ ବ୍ଲକ ଓ ପୈାର ପରିଷଦ ମଧ୍ୟରେ ତା ୫.୮.୨୦୧୯ ରିଖ ଦିନ ବକ୍ତୃତା, କୁଇଜ୍ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା କରାଯିବା ସହିତ ଜିଲ୍ଲାସ୍ତରରେ ତା ୮.୮.୨୦୧୯ ରିଖ ଦିନ ଉକ୍ତ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହେବ। ପ୍ୟାରେଡ୍ ପୂର୍ବାଭ୍ୟାସ ଅଗଷ୍ଟ ୧୧ ତାରିଖ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଏବଂ ୧୩ ତାରିଖ ସକାଳ ଘ.୭.୩୦ ମିନିଟ୍ ସମୟରେ ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ସ୍ୱାଧିନତା ଦିବସ ପାଳନ ଅବସରରେ ୫ଜଣ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ସ୍ୱାଧିନତା ଦିବସ ପାଳନ ଅବସରରେ ସହରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଆଲୋକ ଦ୍ୱାରା ସଜାଇବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା। ସ୍ୱାଧିନତା ଦିବସ ପାଳନ ଅବସରରେ ସଂଧ୍ୟାରେ ସଂସ୍କୃତି ଭବନ ଠାରେ ୬ ଗୋଟି ଦଳଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରା ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ, ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ଆଇନଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ପ୍ରାରମ୍ଭିକ ତ୍ସଚନା ପ୍ରଦାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।