Odiapua.com

ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଇଁପ୍ରସ୍ତୁତି ବୈଠକ

ମାଲକାନଗିରି,୫ । ୮(ଓଡିଆ ପୁଅ ) ୭୫ତମ ସ୍ୱାଧିନତା ଦିବସ ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ବୀଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି ।ପ୍ରତିବର୍ଷ ପରି ଚଳିତ ବର୍ଷ ଡିଏନକେ ମଇଦାନ ଠାରେ ଆୟୋଜନ କରାଯିବା ପାଇଁ ନିସ୍ପତି ନିଆଯାଇଛି । କୋଭିଡ ନିୟମ ପାଳନ କରାଯାଇ ପୁଲିସ ପ୍ୟାରେଡ ସହ ସମସ୍ତ କାର୍ଯ୍ୟକ୍ରମ ହେବ ।ପ୍ରାତରେ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପାକ୍ଷରୁ ରାମଧୂନ ପକାଯାଇ ସହର ପରିକ୍ରମା କରାଯିବ । ସକାଳେ ଜିଲ୍ଲାସଦର ମହକୁମା ଠାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରାଯିବା ସହ ପ୍ୟାରେଡ ପଡିଆରେ ମୁଖ୍ୟଅତିଥି ଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବା ପରେ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବା ପାଇଁ ନିସ୍ପତି ନିଆ ଯାଇଛି । ଚଳିତ ବର୍ଷ କରୋନା ପାଇଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯିବ ନାହିଁ । ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ,ଉପଜିଲ୍ଲାପାଲ ରାମେଶ୍ୱର ପ୍ରଧାନ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୁୟାଁ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଧା ରାଣୀ ଚୌଧୁରୀ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜନିଜ ମତ ଉପସ୍ଥାପନ କରିଥିଲେ ।