Odiapua.com

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅଭ୍ୟାସ ଶେଷ,ସୁରକ୍ଷା ବ୍ୟବସ୍ଥା ସୁଦୃଢ

ମାଲକାନଗିରି,୨୪ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଆଜି ପ୍ୟାରେଡ ଅଭ୍ୟାସ ଶେଷ ହୋଇଯାଇଛି । ଗତ ତିନିଦିନ ଧରି ସ୍ଥାନୀୟ ଡିଏନକେ ମଇଦାନ ଠାରେ ଚାଲିଥିବା ପ୍ୟାରେଡ ଅଭ୍ୟାସର ଆଜିଥିଲା ଶେଷଦିନ, ଆଜିର ପ୍ୟାରେଡରେ ମୁଖ୍ୟଅତିଥି ଭାବେ ଏସପି ରିଶିକେଶ ଡି ଖିଲାରୀ ଯୋଗଦେଇ ପ୍ୟାରେଡ ସ୍ଥଳ ପରିଦର୍ଶନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡକୁ ରିଜର୍ଭପୁଲିସ ଇନିସପେକ୍ଟର ଦକ୍ଷୀଣ ମାର୍ଣ୍ଡି,ସର୍ଜଟେଂ ଜ୍ୟୋତି କୁମାର କିରୋ ଓ ଡିଏସଆଇ ପୁର୍ଣ୍ଣଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ଏହି ପ୍ୟାରେଡ ଅଭ୍ୟାସରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଓ ପୁଲିସ ବ୍ୟାଣ୍ଡପାର୍ଟି ମୋଟ ୨୯ଟି ଟ୍ରୁପ ଭାଗ ନେଇଥିଲେ । ଜିଲ୍ଲାସ୍ତର ସାଧରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟଅତିଥି ଭାବେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଶାରକାନ୍ତି ବେହେରା ଯୋଗଦେଉଥିବାରୁ ପ୍ୟାରେଡସ୍ଥଳ ସହିତ ଜିଲ୍ଲାରେ କଡାପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ମାଲକାନଗିରି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଯୁବ ଓ କ୍ରୀଡା ମନ୍ତ୍ରୀ ତୁଶାରକାନ୍ତୀ ବହେରା ଯୋଗଦେଇ ଜାତୀୟ ପତାକା ଉତୋଳନସହିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ, ଅତିଥି ଙ୍କ ଦ୍ୱାରା ପତାକା ଉତୋଳନ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ପରେ କୃତି ପ୍ରତି ଯୋଗୀଙ୍କୁ ପୁରସ୍କାର ବିତରଣି ସହ କାରାଗାର, ମେଡିକାଲରେ ଫଳ ଓ ମିଷ୍ଟାନ ବଟଂନ କରାଯିବ, ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ସହ ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ,ଅପରାହ୍ନରେ ଜିଲ୍ଲାପାଳ,ଏସପି ଏକାଦଶ ମଧ୍ୟରେ କୌତିକା କ୍ରୀକେଟ ମ୍ୟାଚ ହେବ ବୋଲି ନିସ୍ପତି ନିଆଯାଇଛି । ଚଳିତ ବର୍ଷ ୨୯ଟି ଦଳ ପ୍ୟାରେଡରେ ଭାଗନେବା ପାଇଁ ସ୍ଥିର ହୋଇଛି,ଇତି ମଧ୍ୟରେ ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗାତା,ମହିଳା ଓ ବାଳିକା ମାନଙ୍କ ଦ୍ୱାରା ଝୋଟି ପ୍ରତି ଯୋଗାତୀ ଶେଷ ହୋଇ ଯାଇଛି ।