Odiapua.com

ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ଶିବିର ଅବ୍ୟବସ୍ଥା ମଧ୍ୟରେ ଉଦଯାପିତ

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ କୋଠାର ସ୍ଥିତ ମା ଶାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ଶିବିର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ। କାଲିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଜିର ଯୁବସମାଜ ଉପରେ ନିବେଶ ଅତ୍ୟନ୍ତ ଆବଶ୍ୟକ। କେବଳ ରାଜନୈତିକ କିମ୍ବା ସାଙ୍ଗଠନିକ ଦୃଷ୍ଟିରୁ ନୁହେଁ, ବରଂ ପ୍ରତ୍ୟେକ କ୍ଷେତ୍ରରେ, ଆଜିର ଯୁବ ସମାଜରୁ ନୂତନ ବିଚାର, ନୂତନ କୌଶଳ ଆଧାରରେ ନୂଆ ନେତୃବୃନ୍ଦ ସୃଷ୍ଟି ହୁଅନ୍ତୁ ବୋଲି ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜାତୀୟ ସେବା ଯୋଜନା ଓଡିଶା ସଂଯୋଜକ ଡ଼ ବିଶ୍ୱ ମୋହନ ଜେନା, କଲେଜର ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ସମ୍ମାନିତ ଅତିଥି ଭାବେ ଡିଗ୍ରୀ କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ଭାରତୀ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ କମଳାକାନ୍ତ ଓଝା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ରବିନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମେତ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ତିନିଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଯେପରି ଭାବେ ହେବାର ଥିଲା ତାହା କରା ଯାଇନଥିଲା। ଅନେକଗୁଡ଼ିଏ କାର୍ଯ୍ୟକ୍ରମକୁ କାଗଜ କଲମରେ କରାଯାଇଥିଲା । କାର୍ଯ୍ୟକ୍ରମ ର ଗୁମର ପଦା ରେ ପଡ଼ିବ ବୋଲି ଆୟୋଜକମାନେ ଗଣମାଧ୍ୟମକୁ ସୂଚନା ଦେଇନଥିଲେ।