Odiapua.com

ଜିଲ୍ଲାସ୍ତରୀୟ ମୋ ଚାଟଶାଳୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ମାଲକାନଗିରି,୪ା୩ (ଓଡିଆ ପୁଅ ) ଶ୍ରମଜିବୀ ସଙ୍ଗଠନନ ଓ ମହିଳା ଶ୍ରମଜିବୀ ସଙ୍ଗଠନ ପକ୍ଷରୁ ମାଲକାନଗିରି ଜିଲ୍ଲାସ୍ତରୀୟ ମୋ ଚାଟଶାଳୀ କାଯ୍ୟ ର୍କ୍ରମ ଆଦିବାସୀ ଅଧ୍ୟୁଷିତ ଚାଲାଣଗୁଡା ପଚାଂୟତରେ ଶୁଭାରମ୍ଭ ହୋଇଛି । ଶ୍ରମଜିବୀ ସଙ୍ଗଠନର ଅ।।ହକ ଘାଷିଗୁଟା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ରବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ପୁବ ର୍ତନ ସରପଚଂ ଇର୍ମା ପଡିଆମି,ଗୋରାଖୁଟାଂ ସରପଚଂ ଏରା ପଡିଆମି,ଚାଲାଣଗୁଡା ପଚାଂୟତ ସରପଚଂ ପୁସ୍ପାରାଣି ପଡିଆମି ପ୍ରମୁଖ ଯୋଗଦେଇ ମୋ ଚାଟଶାଳୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।କରୋନା ମହାମାରି ଯୋଗୁଁ ଦୀର୍ଘ୧ବର୍ଷ ଧରି ସ୍କୁଲ ଗୁଡିକ ବନ୍ଦଥିବାରୁ ଗାଁ ଗହଳର ଛାତ୍ର ଛାତ୍ରୀ ମାନେ ପାଠପଡାରୁ ବଚିଂତ ହୋଇଛନ୍ତି । ସେହି ପିଲାମାନଙ୍କୁ କିପରି ପାଠପଢିବେ ସେଥି ନିମନ୍ତେ ରାଜ୍ୟର୧୭ଗୋଟି ଆଜଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଶ୍ରମଜିବୀ ମଚଂ ଓ ମହିଳା ଶ୍ରମଜିବୀ ମଚଂ ପକ୍ଷରୁ ମୋ ଚାଟଶାଳୀ କାର୍ଯ୍ୟକ୍ରମଆରମ୍ଭ ହୋଇଛି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକ ଓ ସମସ୍ତ ପଚାଂୟତ ଗୁଡିକରେ ମୋ ଚାଟଶାଳୀ ଖୋଲାଯାଇ ପ୍ରାୟ ଏକଲକ୍ଷ ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢାଇବାର ବ୍ୟବସ୍ଥା ହୋଇଛି । ଶ୍ରମଜିବୀ ସଙ୍ଗଠନର ଏରେ ମାଢି,ଭାଗିରଥି ପାଟଣିଆ,ଗାଙ୍ଗି ସୋଡି,ମୁକୁନ୍ଦ ମାଡକାମି,ରାମ ବଡନାୟକ,ମଦନ ହନ୍ତାଳ,ଗୋବର୍ଦ୍ଦନ ପାଙ୍ଗି,ସନ୍ତୁ ମାଢି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।