Odiapua.com

ଜିଲ୍ଲାସ୍ତରୀୟ ବୈଷୟିକ ତାଲିମ କର୍ମଶାଳା

କଟକ : ୯/୬ (ଓଡ଼ିଆ ପୁଅ/ ଅଭୟ ଜେନା) ଆଜି ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ କଟକ ଜିଲ୍ଲାର ସମସ୍ତ ବ୍ଲକ ର ଏମ. ଆଇ. ଏସ ଓ ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ଜିଲ୍ଲାସ୍ତରୀୟ କୌଶଳ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ସମଗ୍ର ଶିକ୍ଷା ସଂଯୋଜିକା ଶ୍ରୀମତୀ ନିର୍ଝରିଣୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ଶୁଭଦର୍ଶିନୀ ଓ ସୋନାମିକା ରାୟ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଜିଲ୍ଲା ସମଗ୍ରଶିକ୍ଷାର ବିଭାଗୀୟ ମୁଖ୍ୟ ଶ୍ରୀମତୀ ମାନସୀ ଧଳ, ସରିତା ଶତପଥି, ଡ଼ ଶୁଚିସ୍ମିତା ମହାନ୍ତି, ଚିତ୍ତରଞ୍ଜନ ପଣ୍ଡା, ସିନିଅର ଟି. ସି.ଶ୍ରୀକାନ୍ତ କିଶୋର ବଳ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣକାରି ଏମ. ଆଇ. ଏସ, ଡି. ଇ. ଓ( ଡାଟା ଏଣ୍ଟ୍ରି ଅପରେଟର ) ଓ ସି. ଆର. ସି. ସି. ମାନଙ୍କୁ ଟେକ୍ନିକାଲ ଟ୍ରେନିଂର ଗୁରୁତ୍ୱ, ସମୟଭିତ୍ତିକ ସଠିକ ତଥ୍ୟ ପୂରଣ ଓ ଯୋଗାଣର ଆବଶ୍ୟକତା, ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ଇତ୍ୟାଦି ଉପରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି କର୍ମଶାଳାରେ ୫୦ରୁ ଅଧିକ ଏମ. ଆଇ. ଏସ ଓ ଡାଟା ଏଣ୍ଟ୍ରି ଅପରେଟର ତଥା ସି ଆର. ସି. ସି.ଯୋଗଦେଇ ସମଗ୍ର ଶିକ୍ଷା ଓ ଅନ୍ୟାନ୍ୟ ବିଭାଗୀୟ ବିଭିନ୍ନ ତଥ୍ୟ ପୂରଣ ସମ୍ପର୍କିତ ସମୟସୀମା, କୌଶଳ ଓ ଦକ୍ଷତା ଉପରେ ତାଲିମ ଗ୍ରହଣ କରିଥିଲେ। ସମଗ୍ରଶିକ୍ଷା ଇଣ୍ଟେରଭେନସନ ର ବିଭାଗର ସୁମନା ଶତପଥି, ସୁଶାନ୍ତ କୁମାର ରାଉତ, ବାଗ୍ମୀ ଦାଶ ଏବଂଜିଲ୍ଲା ସାମଗ୍ରଶିକ୍ଷା ର ବିଭାଗୀୟ ମୁଖ୍ୟ ରିଶୋର୍ସ ପର୍ଶନ ଭାବରେ ତାଲିମ ପ୍ରଦାନ କରିଥିଲେ।