Odiapua.com

ଜିଲ୍ଲାସ୍ତରୀୟ ବେଟି ବଚାଅ ବେଟି ପଢ଼ାଅର ଟାସ୍କଫୋର୍ସ ବୈଠକ

ନୟାଗଡ଼, ୨୧-୦୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଆଜି ଅପରାହ୍ନ ୫ଘଟିକା ସମୟ ରେ ଜିଲ୍ଲାପାଳଙ୍କ ମିନି କନଫରେନସ ହଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବେଟି ବଚାଅ ବେଟି ପଢ଼ାଅର ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଡ. ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇ ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଯୋଜନାରେ ପରିରଥ ସାରା ଜିଲ୍ଲାରେ ପରିକ୍ରମା କରିଥିଲା ଏବଂ କଳାକାରମାନଙ୍କ ଦ୍ୱାରା ପରୀକନ୍ୟାମାନଙ୍କର ବିଭିନ୍ନ ସୁରକ୍ଷା ସଂପର୍କରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ବ୍ଲକସ୍ତରରେ କନ୍ୟା ମହୋତ୍ସବ ପାଇଁ ୪୦ହଜାର ଟଙ୍କା ସିଡିପିଓମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧୦ହଜାର ଟଙ୍କା ବିଶ୍ୱ ମହିଳା ଦିବସ ପାଳନ କରିବା ପାଇଁ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି। ଏତଦ୍ ବ୍ୟତୀତ କନ୍ୟାମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସମସ୍ତ ସିଡିପିଓ ଯୋଗଦାନ କରିଥିଲେ। ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।