Odiapua.com

ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଲେ ୨୧୭ ପ୍ରତିଯୋଗୀ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଜିଲ୍ଲା ସ୍ତରରେ ସରକାରୀ ଉଚ୍ଚ ବିଦ୍ୟାଳୟ (ପୂର୍ବତନ ସରକାରୀ ବାଳିକା ବିଦ୍ୟାଳୟ) ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାସ୍ତରରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତରେ ଅଂଶ ଗ୍ରହଣ କରିଥିଲେ । ମୋଟ ୨୧୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ସବୁଜ ବିଭାଗରୁ ୩୦ଜଣ ( ୫ ରୁ ୮ବର୍ଷ), ଧଳା ବିଭାଗରୁ ୧୦୨ ଜଣ ( ୯ରୁ୧୨ବର୍ଷ) ଓ ନୀଳ ବିଭାଗରୁ ୫୮ ଜଣ (୧୩ ରୁ ୧୬ବର୍ଷ) ଯୋଗଦାନ କରିଥିଲେ । ସାଧାରଣ ବିଭାଗରୁ ୧୯୦ ଜଣ ଏବଂ ସ୍ୱତନ୍ତ୍ର ବିଭାଗରୁ ୨୭ଜଣ । ଲାଲ୍ ଉପବିଭାଗରୁ ୨୧ ଜଣ ( ୫ ରୁ ୧୦ବର୍ଷ) ଓ ହଳଦିଆ ବିଭାଗରୁ ୦୬ ଜଣ ( ୧୧ ରୁ ୧୮ବର୍ଷ) ଅଂଶ ଗ୍ରହଣ କରିଥିଲେ । ଦକ୍ଷ ବିଚାରକ ଭାବେ ନାରାୟଣ ଚନ୍ଦ୍ର ବେହେରା, ନିତ୍ୟାନନ୍ଦ ରାଉତ, କରୁଣାକର ବାରିକ ପ୍ରମୁଖ ଯୋଗଦାନ କରିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୁଖ୍ୟ ସଂଯୋଜକ ଭାବେ ଆଇନ ପରିବୀକ୍ଷଣ ଅଧିକାରୀ ସୁବ୍ରତ ଦାସ ପରିଚାଳନା କରିôତବା ବେଳେ ଶିଶୁ ସୁରକ୍ଷା ୟୁନିଟ୍‌ର ସ୍ୱାଗତିକା ବାରିକ, ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା ଏବଂ ଶିଶୁ ଅନୁଷ୍ଠାନରୁ ତଥାଗତ ଜେନା, ସସ୍ମିତା ନାୟକ, ଅରବିନ୍ଦ ସେଠୀ, ନିବେଦିତା ଲେଙ୍କା, ଧନଞ୍ଜୟ ଜେନା, ପ୍ରଦୀପ୍ତ ନାୟକ, ଆକାଶ ପୃଷ୍ଟି, ସତ୍ୟଦେବ ପାତ୍ର, ଭାଗ୍ୟଶ୍ରୀ ମହାକୁଡ଼, ସମ୍ବିତ ମହାନ୍ତି, ରିୟାଜ ଅହମ୍ମଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ଜେନା ଯୋଗଦାନ କରି ପିଲାମାନଙ୍କୁ ପ୍ରତିଯୋଗିତାରେ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ମନୋଜ ସାହୁ ପ୍ରତିଯୋଗିତା ନିମନ୍ତେ ସମସ୍ତ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଭାବାନଙ୍କୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନୀତ ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ ଓ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ଚିତ୍ର ରାଜ୍ୟସ୍ତରକୁ ପ୍ରେରଣ କରାଯିବ ବୋଲି ଆଇନ୍‌ପ୍ରୋବେସନ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ପ୍ରତିଯୋଗୀମାନଙ୍କର ପ୍ରତିଭାକୁ ପ୍ରଶଂସା କରିଛନ୍ତି ଏବଂ ରାଜ୍ୟସ୍ତରରେ ସ୍ଥାନ ବଜାୟ ରହିବ ବୋଲି ଆଶା ରଖିଛନ୍ତି ।