Odiapua.com

ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା “ଉତ୍ସାହ”,କ୍ରୀଡ଼ା ଶିଶୁ ପାଇଁ ଦକ୍ଷତାର ମାପକାଠି ସଦୃଶ

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଶିଶୁ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ‘ଉତ୍ସାହ’ ବାଗୁରାଇ ସ୍ଥିତ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମର୍ମରେ ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ଲମ୍ବଡ଼ିଆଁ, ଉଚ୍ଚ ଡ଼ିଆଁ, ୧୦୦ମିଟର, ୨୦୦ମିଟର ଦୌଡ଼, ଚେସ୍‌୍‌, କ୍ୟାରେମ୍ (ବାଳକ/ବାଳିକା) ଓ ଫୁଟବଲ୍ ମ୍ୟାଚ୍ ନିମନ୍ତେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟନୀ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼. ଦେବରାଜ ପାଣିଗ୍ରାହୀ, ସମାଜମଙ୍ଗଳ ଅଧିକାରିଣୀ ରୂପାଲି ମିତ୍ର, ସୁରକ୍ଷା ଅଧିକାରିଣୀ ଚନ୍ଦ୍ରା ସାହୁ, ଶିଶୁ ମଙ୍ଗଳ ସଦସ୍ୟ ଭାରତୀ ଦାଶ, ବାଗୁରାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମଂଚ ସଂଯୋଜନା ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା କରିଥିଲେ । ଉଦ୍‌ଯାପନୀ ସଂଧ୍ୟାରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକମଂଚର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ଡ଼ା. ପାଣିଗ୍ରାହୀ, ସଦସ୍ୟ ନବୀନ ଚନ୍ଦ୍ର ବେହେରା, ଗାନ୍ଧୀବାଳାଶ୍ରମର ସଂପାଦକ ଅଶୋକ ଦାସ ଯୋଗଦାନ କରିଥିଲେ । ଫୁଟବଲ୍ ମ୍ୟାଚରେ ଗାନ୍ଧୀ ଓଡ଼ିଶାବାଳାଶ୍ରମର ଅନ୍ତେବାସୀ ବିଜୟ ଲାଭ କରିବା ସହ ଚମ୍ପିଆନ ହୋଇଥିଲେ । ଶିଶୁ ସୁରକ୍ଷା ଶାଖାର ସାମାଜିକ ତଥା ଆଇନ୍ ଅଧିକାରୀ ସୁବ୍ରତ ଦାସ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୟୁନିଟ୍‌ର କର୍ମକର୍ତା ଅଣ ଆନୁଷ୍ଠନିକ ଅଧିକାରିଣୀ ସ୍ୱାଗତିକା ବାରିକ, ବାହ୍ୟକର୍ମୀ ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ, ଧୀରଜ ବାରିକ୍‌, କୁଳଦୀପ ଜେନା, ଲକ୍ଷ୍ମୀପ୍ରିୟା ମଲ୍ଲିକ, ଶୁଭାଶିଷ ପଣ୍ଡା, ସୁଦର୍ଶନ ବାଦ୍ରା, ନବୀନ ବେହେରା ସମେତ ଲିପିକା ପଣ୍ଡା, ସସ୍ମିତା ନାୟକ, ସରିତା ସାମଲ, ପ୍ରଜ୍ଞାଶ୍ରୀ ଦାସ, ଦେବୀସ୍ମିତା ମହାନ୍ତି, ଜ୍ୟୋତିପ୍ରକାଶ ପତି, ଦିଗନ୍ତ ବେହେରା, ସତ୍ୟଦେବ ପାତ୍ର ଚାଇଡ଼୍‌ଲାଇନ୍‌ର ସଂଯୋଜିକା ଶୁଭଶ୍ରୀ ପଢ଼ିଆରୀ ଓ ତାଙ୍କର ଟିମ୍ ସହଯୋଗ କରିଥିଲେ । ପରିଶେଷରେ ଶ୍ରୀ ଦାସଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।