Odiapua.com

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟରେ ଖେଳିଲେ ଅରୁଣ, ଚମ୍ପିୟାନ ହେଲେ ଜିତେନ୍ଦ୍ର

ନୟାଗଡ଼, ୨୧/୫ (ଓଡିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ କେସି କ୍ଳବରେ ଚାଲିଥିବା ଜିଲ୍ଲାସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡଃ ଅରୁଣ କୁମାର ସାହୁ ଯୋଗଦେଇ ପିଲାମାନଙ୍କ ସାଥିରେ ଖୁସିରେ ନିଜେ ଚେସ ଖେଳିବା ସହିତ ଚେସ ଖେଳ ପ୍ରତି ରୁଚି ରଖୁଥିବା ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ମୋବାଇଲରେ ଅଯଥା ସମୟ ଅପଚୟ ନକରି ଅଧିକରୁ ଅଧିକ ଚେସ ଖେଳରେ ମନୋନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ରବିବାର ଅନୁଷ୍ଠିତ ଚେସ ଖେଳର ଉଦଯାପନୀ ଉତ୍ସବରେ ଜିତେନ୍ଦ୍ର କୁମାର ଦାସ ଚମ୍ପିୟାନ ହୋଇ ପ୍ରମାଣପତ୍ର ଓ ଅର୍ଥ ରାଶି ପୁରସ୍କାର ପାଇଥିଲେ। ସେହିପରି ଦ୍ୱିତୀୟ ସ୍ଥାନରେ ବାଲାରସେନ ପାତ୍ର, ତୃତୀୟରେ ଜଳଧର ପାତ୍ର, ଚତୁର୍ଥରେ ସିଦ୍ଧାର୍ଥ ଶଙ୍କର ରାୟ ଏବଂ ପଞ୍ଚମ ସ୍ଥାନରେ ଗଙ୍ଗାଧର ଦାସ ପ୍ରମୁଖ ପୁରସ୍କୃତ ହୋଇଛନ୍ତି। ମୋବାଇଲରେ ଅଯଥା ସମୟ ଅପଚୟ ନକରି ଅଧିକରୁ ଅଧିକ ଚେସ ଖେଳରେ ମନୋନିବେଶ ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦାନ କରିଥିଲେ। ଅନ୍ତିମ ସମାରୋହରେ ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁ, ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, କେସି କ୍ଲବ ସମ୍ପାଦକ ସଂଗ୍ରାମ ଗୁମାନସିଂ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୨ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।