ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ସମାଜ ମଙ୍ଗଳ ଅଧିକାରୀ ରୂପାଲି ମିତ୍ର, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଅଧକ୍ଷ ଶିଶୁ ମଙ୍ଗଳ ସମିତି ଡ. ଦେବରାଜ ପାଣିଗ୍ରାହୀ ସମେତ ନେସନାଲ ଲ’ ୟୁନିଭରସିଟିର ପ୍ରଦ୍ୟୁତ୍ ରଞ୍ଜନ ରାଉତ, ଆସୋସିଏଟ୍ ପ୍ରଫେସର ଡ. ଭାଗ୍ୟଶ୍ରୀ ପଣ୍ଡା, ଆଡଫୋ (ଏଫଡବ୍ଲ୍ୟୁ) ଡ. ସଙ୍ଗୀତା ବଳ, ଆସିଆନାର ସମ୍ପାଦିକା ସୋଫିଆ ଶେଖ ପ୍ରମୁଖ ଯୋଗ ଦେଇ କନ୍ୟା ମାନଙ୍କୁ ଉତମ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଦେବା ଏବଂ ବିକାଶକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ସକାରାତ୍ମକ ଚିନ୍ତାଧାରା ନେଇ ସମାଜରେ କନ୍ୟାରତ୍ନଙ୍କୁ ପ୍ରୋତ୍ସାହିତ କରି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ଉତର ଦାୟିତ୍ୱ ନେବା ସହ ସଚେତନ କରାଇବା ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଜିଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସୁରକ୍ଷା ଅଧିକାରିଣୀ ଚନ୍ଦ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।