Odiapua.com

ଜିଲ୍ଲାସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, ୩୦ା୭ (ଓଡ଼ିଆ ପୁଅ) : ସ୍ଥାନୀୟ ଇନସ୍ପାୟାର କଲେଜ ପରିସରରେ ଜିଲ୍ଲାସେବା ପ୍ରାଧିକରଣ ସଚେତନତା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ରଂଜୁଲତା ଲେଙ୍କାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥିଭାବେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନଓ ପଣ୍ଡା ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ମହିଳା କୋର୍ଟ ବିଚାରପତି ପ୍ରଜ୍ୟୋତି ରାଉତ, ଏସ୍ ଡିଜେଏମ୍ ସଦ୍ୟସ୍ନାତା ପତି, ସବଜଜ୍ ମୁଶାରତ୍ ଜାହିନ୍, ଡିଏଫଓ ଧନରାଜ ଏଚ୍ ଡି, କଲେଜର ଅଧ୍ୟକ୍ଷ ଚିତ ପଟ୍ଟନାୟକ ଓ ସ୍ୱଦେଶ ମିଶ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ବାଲ୍ୟ ଅପରାଧ ଆଇନ, କିଶୋର ନିର୍ଯ୍ୟାତନା ନିରୋଧ ଆଇନ, ପରିବେଶ ସମ୍ପର୍କୀୟ ବାଧ୍ୟତାମୂଳକ ଶିକ୍ଷା ସମ୍ପର୍କରେ ସଚେତନତା କରିବା ସହ ପରିବେଶ ସନ୍ତୁଳନ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାରାଲିଗାଲ ସ୍ୱେଚ୍ଛାସେବୀ ଅମିତା ପ୍ରଧାନ, ପ୍ରଫୁଲ ବେହେରା, ପ୍ରମୋଦ ମହାନ୍ତି, ଲିପ୍ସା ଦାସ, ଦେବାଶିଷ ପଟ୍ଟନାୟକ, ଜିନୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।