Odiapua.com

ଜିଲ୍ଲାର ୨୬୩ ମୁକ୍ତବିଦ୍ୟାଳୟ ଓ ବ୍ଲକର ୧୫୨୩ ପିଲା ଦେବେ ମ୍ୟାଟ୍ରିକ ପରୀକ୍ଷା

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ୧୫୨୩ ଛାତ୍ରଛାତ୍ରୀ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେବେ । ସେଥିମଧ୍ୟରୁ ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୧୮୫ ଜଣ ପରୀକ୍ଷାର୍ଥୀ, ରହଣିଆ ହାଇସ୍କୁଲ କେନ୍ଦ୍ରରେ ୧୭୫ ଜଣ ପରୀକ୍ଷାର୍ଥୀ, ନପଙ୍ଗ ଚଣ୍ଡିମାତା ହାଇସ୍କୁଲ କେନ୍ଦ୍ରରେ ୧୩୩ ଜଣ ପରୀକ୍ଷାର୍ଥୀ, ବାରିକପୁର ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୨୪୮ ଜଣ ପରୀକ୍ଷାର୍ଥୀ, ସରସଦା ହାଇସ୍କୁଲ କେନ୍ଦ୍ରରେ ୨୦୨ ଜଣ ପରୀକ୍ଷାର୍ଥୀ, ବାଲିପୋଖରୀ ଶୁକଦେବଜେନା ହାଇସ୍କୁଲ କେନ୍ଦ୍ରରେ ୧୨୬ ଜଣ ପରୀକ୍ଷାର୍ଥୀ, ଯଶୋଟିକିରି ସୁବର୍ଣ୍ଣମୁଖି ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୧୪୯ ଜଣ ଓ ମଧ୍ୟମା ୪୩ ଜଣ ପରୀକ୍ଷାର୍ଥୀ, ବିଶୋଳ-କୁଲଣା ମୈତ୍ରୀ ହାଇସ୍କୁଲ କେନ୍ଦ୍ରରେ ୧୪୧ ଜଣ ପରୀକ୍ଷାର୍ଥୀ ଓ ମଞ୍ଜୁରୀରୋଡ ଗିରିଧାରୀ ପଣ୍ଡା ହାଇସ୍କୁଲ କେନ୍ଦ୍ରରେ ୧୦୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୮ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବେ ।

ଏହି ପରୀକ୍ଷା ପାଇଁ ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲକୁ ନୋଡାଲ କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ପ୍ରଶ୍ନପତ୍ର ମହଜୁଦ ରଖାଯିବା, ବ୍ଲକର ସମସ୍ତ ୯ଟି ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ଓ ଉତ୍ତରଖାତା ଅଣାଯିବାକୁ ବ୍ୟବସ୍ଥା ହୋଇଛି । ଏଥି ପାଇଁ ୨ଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି ବୋଲି ନୋଡାଲ କେନ୍ଦ୍ର ଅଧିକ୍ଷକ ତଥା ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା ଓ ଉପଅଧକ୍ଷକ ବିଷ୍ଣୁପ୍ରିୟା ଜେନା ସୂଚନା ଦେଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚବିଦ୍ୟାଳୟରେ ରାଜ୍ୟ ମୁକ୍ତବିଦ୍ୟାଳୟର ୨୬୩ ମ୍ୟାଟ୍ରିକ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲ୍ଲାର ଏକମାତ୍ର ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା ହୋଇଛି । ଏହି କେନ୍ଦ୍ରରେ ବାସୁଦେବପୁର ବ୍ଲକର ୮ ଜଣ ପରୀକ୍ଷାର୍ଥୀ, ଭଦ୍ରକ ସଦରରୁ ୧୦ ଜଣ ପରୀକ୍ଷାର୍ଥୀ ଓ ଚଣ୍ଡିଗାଁରୁ ୧୦ ଜଣ ପରୀକ୍ଷାର୍ଥୀ, ତିହିଡି ବ୍ଲକରୁ ୧୨ ଜଣ ପରୀକ୍ଷାର୍ଥୀ, ବନ୍ତ ବ୍ଲକରୁ ୧୬ ଜଣ ପରୀକ୍ଷାର୍ଥୀ, ଧାମନଗର ବ୍ଲକରୁ ୧୭ ଜଣ ପରୀକ୍ଷାର୍ଥୀ, ଭଣ୍ଡାରିପୋଖରୀ ବ୍ଲକର ୧୮ ଜଣ ପରୀକ୍ଷାର୍ଥୀ ଓ ଚାନ୍ଦବାଲି ବ୍ଲକରୁ ସର୍ବାଧିକ ୧୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ଏହାସହ ୫୨ଜଣ ଏକ୍ସରେଗୁଲାର ପରୀକ୍ଷାର୍ଥୀ ମଧ୍ୟ ଏହି କେନ୍ଦ୍ରରେ ପରୀକ୍ଷା ଦେବେ ।