Odiapua.com

ଜିଲ୍ଲାର ୧୪ ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୪ରେ ପହଁଚିଲା

ମାଲକାନଗିରି,୨୮ା୭(ଓଡିଆ ପୁଅ ) ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଆଜି ଜିଲ୍ଲାରେ ପୁଣି ୧୪ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ କୋଭିଡ ଯୋଦ୍ଧା ଥିବା ବେଳେ ଅନ୍ୟ ୧୦ ଜଣ ସ୍ଥାନୀୟ ଜନସାଧରଣ ଅଛନ୍ତି । ଏମାନେ ସବୁ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ମାଲକାନଗିରି ପୌରପରିଷଦ ଅଚଂଳରୁ୭ ଜଣ, ବାଲିମେଳା ଏନଏସି ଅଚଂଳରୁ ୪ ଜଣ,ଖଇରପୁଟ ବ୍ଲକ ଅଚଂଳରୁ ୧,ମାଲକାନିଗିର ବ୍ଲକ ଅଚଂଳରୁ ୧,କାଲିମେଳା ବ୍ଲକଅଚଂଳରୁ ଜଣେ ଲେଖା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ପୌରାଚଂଳର ୭ଜଣଙ୍କ ମଧ୍ୟରୁ ୩ଜଣ କୋଭିଡ ଯୋଦ୍ଧା ଥିବା ବେଳେ ୪ଜଣ ପୁର୍ବ ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି, ବାଲିମେଳା ଏନଏସି ଅଚଂଳ ରୁ ୪ ଜଣ ବ୍ୟକ୍ତି ସେମାନେ ପୁର୍ବ ଆକ୍ରାନ୍ତ ଙ୍କ ସଂସ୍ପର୍ଷରେ ଆସିଥିଲେ । ଖଇରପୁଟ ବ୍ଲକର ଜଣେ ଚିହ୍ନଟ ହୋଇଥିବା ବେଳେ ସେ ପୁର୍ବ ସଂକ୍ରମିତ ଙ୍କ ସଂସ୍ପର୍ଷରେ ଥିଲେ । କାଲିମେଳା ବ୍ଲକରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଦିଲ୍ଲୀଫେରନ୍ତା ପ୍ରବାସୀ ସେ ଟିଏମସି ରେ ରହୁଥିଲେ । ମାଲକାନଗିରି ବ୍ଲକରୁ ଚିହ୍ନଟ ହୋଇଥିବା ଗଙ୍ଗଲା ପଚାଂୟତର କରୋନା ଯୋଦ୍ଧା ଜଣେ ଗୋଷ୍ଠିକର୍ମୀ , ସେ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିଲେ । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୪ ହୋଇଥିବା ବେଳେ ସଥିମଧ୍ୟରୁ ୨୮୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁଘଟିଛି ଏବଂ ୧୬୦ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି,ବାଲିମେଳ,କାଲିମେଳା,ଖଇରପୁଟ କରୋନା ଚିହ୍ନଟ ହୋଇଥିବା ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । କରୋନା ମହାମାରି ପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।