Odiapua.com

ଜିଲ୍ଲାର ଦୁଇ ସ୍ୱର୍ଗତ ବରପୁତ୍ର ଙ୍କ ସ୍ମୃତି ଉଦେଶ୍ୟରେ ଶ୍ରଦ୍ଧାଜଂଳୀ ସଭା

ମାଲକାନଗିରି,୨୨ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ଉତ୍କଳ ସାହିତ୍ୟ ସାମଜ ପକ୍ଷରୁ ଦୁଇ ସ୍ୱର୍ଗତ ବରପୁତ୍ର ବିଶିଷ୍ଠ ଆଦାବସୀ ନେତା ଓଡିଶା ବିଧାନ ସଭାର ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଓ ଦେଶିଆ ସାହିତ୍ୟ ଏକାଡେମୀର ସଭାପତି ବଣ୍ଡା ସଂପ୍ରଦାୟର ମାର୍ଗଦର୍ଶକ କବି, ଲେଖକ ଲକ୍ଷମଣ ମାନ୍ଦ୍ରା ଙ୍କ ସ୍ମୁତିଉଦେଶ୍ୟରେ ଶ୍ରଦ୍ଧାଜଂଳୀ ସଭା ଅନୁଷ୍ଟିତ ହୋଇଯାଇଛି । ଆଜି ମାଲକାନଗିରି ଜିଲ୍ଲା ତାର୍ଲାକୋଟା ସି କଲୋନୀ ସ୍ଥ ଜିଲ୍ଲା ଆଦିବାସୀ ସଂଘ ସଭାଗୃହରେ ଉତ୍କଳ ସାହିତ୍ୟ ସମାଜର ଆବାହକ ରତ୍ନାକରଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଜଂଳୀ ସଭାରେ ଆଦିବାସୀ ନେତା ଘେନୁ ମୁଦୁଲି,ଆଦିବାସୀ ସଂଘର ସଦସ୍ୟ ବିଦେଶୀ ଗୌଡ,ଏମଭି୩୭ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ବିଜୟ କୁମାର ଦାସ,ଆଦିବାସୀ ନେତା ତ୍ରୀନାଥ ଖିଲ,ରାମଦାସ,ଗୋବିନ୍ଦ ଗୋଲରୀ,ବୈଦ ନାୟକ,ତ୍ରିଲୋଚନ ଖେମୁଡୁ,ଆଦିବାସୀ ମହିଳା ନେତ୍ରୀ ରାଧାମା ବାଟଗୋରିଆ,ସୋନାଇ ଲାୟକ ପ୍ରମୁଖ ଆଦିବାସୀ ସଂଘର କର୍ମକର୍ତା ଓ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ଦୁଇ ବରପୁତ୍ର ସ୍ୱର୍ଗତ ପ୍ରହ୍ଲାଦ ଦୋରା ଓ ଲକ୍ଷମଣ ମାନ୍ଦ୍ରା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମନିଟ ନିରବ ପ୍ରର୍ଥନା କରି ଶ୍ରଦ୍ଧାଜଂଳୀ ଜଣାଇଥିଲେ । ଏହି ଅବସରେ ଦୁଇ ଦିବଙ୍ଗତ ମାଲକାନଗିରି ମାଟିର ବରପୁତ୍ର ଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିବା ସହିତ ସେମାନଙ୍କ ଜୀବନୀ ସଂପର୍କରେ ମଚଂଶିନ ଅତିଥି ମାନେ ଆଲୋକପାତ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ବିଶିଷ୍ଟ ଆଦିବାସୀ ନେତା ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ବିୟୋଗରେ ଅବିଭକ୍ତ କୋରାପୁଟ ଜିଲ୍ଲା ଜଣେ ଦକ୍ଷ ଆଦିବାସୀ ନେତାଙ୍କୁ ହରାଇଲା, ସ୍ୱର୍ଗତ ଦୋରା ଜଣେ ଦକ୍ଷ ଆଇନଜୀବୀ ଓ ଓଡିଶା ବିଧାନସଭାର ଦୁଉଥର ଉପବାଚସ୍ପତି ହୋଇ ନିଷ୍ଟାପର ଭାବେ ଦାଇତ୍ୱ ତୁଲାଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଗୌରବ ବଢାଇଥିଲେ । ସେ ଏକା ଧାରରେ ଉଚ୍ଚଶିକ୍ଷିତ ରାଜନୈତିକ ବ୍ୟକ୍ତି ଓ ବିଶିଷ୍ଟ ଆଦିବାସୀ ନେତା,ପର ଉପକାରି ସମାଜସେବୀ ,କବି ସୁସାହ୍ୟିତିକ, ରାଜନୈତିକ ବ୍ୟକ୍ତିଥିଲେ ବୋଲି ଶ୍ରଦ୍ଧାଜଳି ସଭାରେ ମତ ପ୍ରକାଶ ପାଇଥିଲା । ଠିକ ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର ଅବହେଳିତ ବଣ୍ଡାଜନଜାତୀର ମାର୍ଗଦର୍ଶକ,ସରଳ,ନିସ୍କପଟ ମଣିଷ ତଥା ଦେଶିଆ ସାହିତ୍ୟ ଏକାଡେମୀର ସଭାପତି,ବଣ୍ଡା ଭାଷା ଲେଖକ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ କୋରାପୁଟିଆ ହୀରା ସ୍ୱର୍ଗତ ଲକ୍ଷମଣ ମାନ୍ଦ୍ରା ଙ୍କ ବିୟୋଗରେ ଅବିଭକ୍ତ କୋରାପୁଟ ଜିଲ୍ଲାସହ ସମଗ୍ର ରାଜ୍ୟ ପାଇଁ ଅପୁରଣୀୟ କ୍ଷତି ଘଟିଛି,ତାଙ୍କ ଆଦର୍ଶରେ ଯୁବପିଡି ମାନେ ଅନୁପ୍ରାଣୀତ ହେବା ଦରକାର ବୋଲି ମଚାଂଶିନ ଅତିଥି ମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରେ ମଚାଂଶିନ ଅତିଥି ମାନଙ୍କ ସହିତ ଆଦିବାସୀ ମହିଳା ଓ ପୁରୁଷ ମାନେ ମାଲକାନଗିରି ଜିଲ୍ଲାର ଦୁଇ ବରପୁତ୍ର ଙ୍କ ସ୍ମୃତି ଉଦେଶ୍ୟରେ କୋହଭରା କଠଂରେ କବିତା ପାଠକରିଥିଲେ ।