ମାଲକାନଗିରି,୧୬ ।୧(ଓଡିଆ ପୁଅ ) ବହୁଦିନର ପ୍ରତିକ୍ଷା ପରେ ଆଜି କରୋନା ଭୂତାଣୁ ବିରୋଧରେ ଆରମ୍ଭ ହୋଇଛି ଶେଷ ଲଢେଇ,ଲୋକଙ୍କୁ ମିଳିଲା କରୋନା ନିରାକରଣର ସଂଜିବନୀ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଯାଇଚି କରୋନା ପ୍ରତିଷେଧକ ଟିକାକରଣ । ଜିଲ୍ଲାସଦର ମହକୁମା ହସପିଟାଲର ପଚଂମ ଫ୍ଲୋରରେ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଟା କରାଯାଇଥିବା କରୋନା ଟିକାରଣ ଗୃହରେ ଆଜି ସକାଳେ କଢାସୁରକ୍ଷା ମଧ୍ୟରେ ଆଗ ଧାଡିର କରୋନା ଯୋଦ୍ଧା ମାନଙ୍କୁ ଟିକାକରଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡ.ୟେଦୁଲା ବିଜୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ପ୍ରଥମେ କରୋନା ଯୋଦ୍ଧା ଜଣେ ଆଦିବାସୀ ସଫେଇ କର୍ମଚାରୀ ମୁକା ପଡିଆମୀ ଙ୍କୁ କରୋନା ପ୍ରତିଷେଧେକ ଟିକା ପ୍ରଦାନ କରାଯାଇଥିଲା । ତାପରେ ଦ୍ୱତୀୟରେ କୋଭିଡ ହସପିଟାଲର ନୋଡାଲ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଟିକା ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଫୁଲକୁମାର ନନ୍ଦ,ଏଡିଏମଓ ମେଡାକାଲ ଡା. ଏସ.କେ. ଭୋଳ,ଡା.ଶିବପ୍ରସଦା ମହାରଣା,ଡାକ୍ତର ଆଦିତ୍ୟ ପ୍ରସାଦ ମହାପାତ୍ର,ଓ ରାଜ୍ୟସ୍ତର ଭୁବନେଶ୍ୱର ଠାରୁ ଆସିଥିବା ଦୁଇଜଣ ଅନୁଧ୍ୟାନ କାରି ଡାକ୍ତରଦଳ ଙ୍କ ସହ ଅନ୍ୟାନ ଡାକ୍ତର ସ୍ୱାସ୍ଥ୍ୟ ଅଧିକାରୀ ମାନେ ଅପସ୍ଥିତି ଥିଲେ । ପ୍ରଥମ ଦିବସରେ ଜିଲ୍ଲା ହସପିଟାଲରେ ୧୧୦ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି । ଠିକ ସେହିପରି ମାଥିଲି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମଦିବସରେ ୯୨ଜଣ,କୋରକୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୮୦ଜଣ କରୋନା ପ୍ରତିଷେଧକ ଟିକା ଆଜି ସନ୍ଧ୍ୟାସୁଦ୍ଧା ନେଇଥିବାର ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାକୁ ୩୬୦୦ ଟି କୋଭିଡ ଭେକ୍ସିନ ଫାଇଲ ଆସିଛି,ଏହି ଟିକା ନେବାପାଇଁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୫୨୯୦ଜଣଙ୍କ ନାମପଜିଂକୃତ କରାଯାଇଛି । ଜିଲ୍ଲାହସପିଟାଲ, କୋରକୁଣ୍ଡା,ମାଥିଲି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ତିନୋଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ୧୬୯୦ଜଣ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କୁ ଟିକାକରଣ କରାଯିବ,ପ୍ରତି କେନ୍ଦ୍ରରେ ୫ଜଣ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଉପସ୍ଥିତ ରହି ଟିକାପ୍ରଦାନ କରିବେ ଓ ପ୍ରତି କେନ୍ଦ୍ରକୁ ୫ଜଣ ରାପିଡ ଆକ୍ସନ ଟିମ ଗସ୍ତକରି ଟିକାକରଣ କାର୍ଯ୍ୟକ୍ରମ ଅନୁଧ୍ୟାନ କରୁଛନ୍ତି,ଆଜି ଟିକା ନେଇଥିବା କରୋନା ଯୋଦ୍ଧାଙ୍କର କୌଣସି ପାଶ୍ୱର୍ପ୍ରତି କ୍ରୀୟା ହୋଇ ନଥିବାର ଜଣାପଡିଛି,ଆସନ୍ତା ସୋମବାର ଦିନ ଠାରୁ ଏହି ଟିକାକରଣ ପ୍ରକ୍ରିୟା ଚାଲୁରହିବ ବୋଲି ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା ପି.କେ.ନନ୍ଦ ସୁଚନା ଦେଇଛନ୍ତି ।