Odiapua.com

ଜିଲ୍ଲାରେ ୫୨ଜଣ ନୂଆ ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୮୮୮ରେ ପହଁଚିଲା,ସୁସ୍ଥହେଲେ ୫୧୨ଜଣ

ମାଲକାନଗିରି,୯ା୮(ଓଡିଆ ପୁଅ ) ଜିଲ୍ଲାରେ ଥମିବାକୁ ନା ଧରୁନାହିଁ କରୋନା ମହାମାରୀ ଆଜି ଜିଲ୍ଲାରେ ପୁଣି ୫୨ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ କେବଳ ୧୯ଜଣ,ବାଲିମେଳା ଏନଏସି ଅଚଂଳରେ ୩ଜଣ,ମାଥିଲି ବ୍ଲକ ଅଚଂଳରୁ ୭ଜଣ ,ଖଇରପୁଟ ଅଚଂଳରେ ୨ଜଣ,ମାଲକାନଗିରି ବ୍ଲକଅଚଂଳରୁ ୧୩ଜଣ,କାଲିମେଳା ବ୍ଲକ ଅଚଂଳରୁ ୨ଜଣ, ଚିତ୍ରକୋଣ୍ଡା ବ୍ଲକଅଚଂଳରେ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲନାଗିରି ପୌରପରିଷଦ ଅଚଂଳରୁ ଚିହ୍ନଟ ହୋଇଥିବା ୧୯ଜଣଙ୍କ ମଧ୍ୟରୁ ୧୩ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୬ଜଣ ପୁବ ର୍ ଲ କ୍ଷଣ ଥିଲା, ଚିତ୍ରକୋଣ୍ଡା ବ୍ଲକରୁ ଚିହ୍ନଟ ୬ଜଣ ସେମାନେ ପୁବ ର୍ ସଂସ୍ପର୍ଷ ଆସିଛନ୍ତି ।ମାଥିଲିବ୍ଲକର ୭ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ବ୍ଲକର ୧୩ଜଣ ପୁବ ର୍ସଂକ୍ରମଣ ସଂସ୍ପର୍ଷ ସହ ଲକ୍ଷଣ ଥିଲା । କାଲିମେଳା ବ୍ଲକ ଅଚଂଳରୁ ୨ଜଣଙ୍କର ଲକ୍ଷଣ ଥିଲା । ଖଇରପୁଟ ବ୍ଲକଅଚଂଳର ୨ଜଣଙ୍କର ଲକ୍ଷଣ ଥିଲା । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୮ହୋଇଥିବା ବେଳେ େସେମାନଙ୍କ ମଧ୍ୟରୁ ୫୧୨ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୩୭୪ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୫୨ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି ।ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳ,ବାଲିମେଳା ଏନଏସି ଅଚଂଳକୁ ପ୍ରତି ଶନିବାର ଓ ରବିବାରକୁ ସଟ ଡାଉନ ଓ ବଫର ଜୋନ ଘୋଷଣା କରାଯିବା ସହ କୋରକୁଣ୍ଡା,ଚିତ୍ରକୋଣ୍ଡା, ମାଲକାନଗିରି, କାଲିମେଳା,ମାଥିଲି ଅଚଂଳ କୁ ଲକଡାଉନ ଓ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି ।