Odiapua.com

ଜିଲ୍ଲାରେ ୩୬ ନୂଆ ପଜିଟିଭି ଚିହ୍ନଟ,୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଲାଗୁ ।

ମାଲକାନଗିରି,୨ା୫ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାକୁ ଲାଗିଛି,ଆଜି ଗୋଟିଏ ଦିନରେ ୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୭୬ କୁ ବୃଦ୍ଧିପାଇଛି ଆକ୍ଟିଭ କେସ । ଆଜିର ୩୬ଜଣ କରୋନା ସଂକ୍ରମଣ ଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୩ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ବ୍ଲକ ଅଚଂଳରୁ ୫ଜଣ,କୋରକୁଣ୍ଡା ବ୍ଲକ ଅଚଂଳରୁ ୧୨ଜଣ,ମାଥିଲି ବ୍ଲକ ଅଚଂଳରୁ ୩ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୩ଜଣ,କାଲିମେଳା ବ୍ଲକ ଅଚଂଳରୁ ୮ଜଣ,ପଡିଆ ବ୍ଲକ ଅଚଂଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ମାନଙ୍କ ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜିର ପଜିଟିଭ ଚିହ୍ନଟ ୩୬ଜଣ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୩୪ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩୩୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଇତି ମଧ୍ୟରେ ଜିଲ୍ଲାରେ ୨୫ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ ୩୬ଜଣ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ତାହାର ଜାଚଂ କରିବା ସହ କେହି ନୁଆ ଲୋକ ଆସିଛନ୍ତି କି ଘରେ କାହାକୁ ଥଣ୍ଡା,କାଶ ଜ୍ୱର ହେଉଚି କି ନାହିଁ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି । କରୋନା ସଂକ୍ରମଣ ବୃଦ୍ଧିପାଉତିବାରୁ ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଆସନ୍ତା ୫ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ୧୪ଦିନ ଧରି ଲକ୍‌ଡାଉନ୍ ଲାଗୁକରାଯାଇଛି । ଏହି ସମୟରେ କେହି ଘରୁ ନବାହିରିବାକୁ ନିର୍ଦ୍ଦେଶ ରହିଛି, ପନିପରିବା, ଅଥ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାକୁ ଯାଉଥିବା ଲୋକ ମାନେ ପାଦରେ ଚାଲି ଚାଲି ୫୦୦ମିଟର ପର୍ଯ୍ୟନ୍ତ ଯାଇ ସାମଗ୍ରୀ କ୍ରୟ କରିବେ,କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା କୁ ମାନିବା ପାଇଁ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସପ୍ତାହାନ୍ତ ଶନିବାର ଓ ରବିବାର ଦିନ ସଟ୍‌ଡାଉନ୍ ବଳବତର ରହିବ ।