Odiapua.com

ଜିଲ୍ଲାରେ ୨୯ଜଣ କରୋନା ସଂକ୍ରମଣ ଚିହ୍ନଟ,କୋଭିଡ ନିୟମ ପାଳନ କରିବା ପାଇଁ ଜନ ସଚେତନତାର ବାର୍ତାଦେଲେ ପ୍ରଶାସନିକ ଅଧିକାରୀ

ମାଲକାନଗିରି,୨୭ । ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ଥମିବାକୁ ନା ଧରୁ ନାହିଁ,ଆଜି ଗୋଟିଏ ଦିନରେ ଦୁଇଜଣ କୋଭିଡ ଯୋଦ୍ଧାଙ୍କ ସହ ୨୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୬୦ କୁ ବୃଦ୍ଧିପାଇଛି ଆକ୍ଟିଭ କେସ । କରୋନାର ଦ୍ୱିତୀୟ ଲହରୀ ଲେଉିଟି ଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣରୁ ଜିଲ୍ଲାବାସୀ କିପରି ସୁରକ୍ଷିତ ରହିବେ ସେନେଇ ତହସିଲଦାର ଡ.ଗୁଣନିଧି ନାୟକ,ମାଲକାନଗିରି ଆଦର୍ଶଥାନା ଆଇଆଇସି ରାମପ୍ରସାଦ ନାଗ, ପୌରପରିଷଦ ନିର୍ବାହି ଅଧିକାରୀ ତ୍ରୀଶୁଳମାର୍ଡି, ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ ଆଜି ପ୍ରବଳଖରା ରେ ଚାଲି ଚାଲି ମାଲକାନଗିରି ସହର ଓ ସାପ୍ତାହିକ ହାଟରେ ବୁଲି ବୁଲି ଡାକବାଜି ଯନ୍ତ୍ରଯୋଗେ କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧନ, ସାମାଜିକ ଦୂରତା ଅବଲମ୍ବନ କରିବା ଓ କରୋନା କଟକଣା ସଂପର୍କରେ ଜନ ସଚେତନତାର ବାର୍ତାଦେବା ସହ ଦୋକାନ ବଜାର ସମ୍ମୁଖରେ ନାଲି ରିବନ ଫିତା ବାନ୍ଧି ଗ୍ରାହକ ମାନେ ସାମଜିକଦୂରତା ଅବଲମ୍ବନ କରିବା ପାଇଁ ଜିଲ୍ଲାପ୍ରସାନ ପକ୍ଷରୁ ସତର୍କ କରାଯାଇଛି ।ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତା ଅବଲମ୍ବନକରୁନଥିବା କେତକ ଅମାନିଆ ଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଛି ।
ଆଜି ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୯ଜଣ କରୋନା ସଂକ୍ରମଣ ଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୬ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲିମେଳା ଏନଏସି ଅଚଂଳରୁ ୪ଜଣ ,ମାଲାକନଗିରି ବ୍ଲକ ଅଚଂଳରୁ ୫ଜଣ,ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ୨ଜଣ,ମାଥିଲି ବ୍ଲକ ଅଚଂଳରୁ ୩ଜଣ,ଖଇରପୁଟ ବ୍ଲକ ଅଚଂଳରୁ ୬ଜଣ,ପଡିଆ ବ୍ଲକ ଅଚଂଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୨୯ଜଣଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜିର ପଜିଟିଭ ଚିହ୍ନଟ ୨୯ଜଣ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୫୬ ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨୭୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୬୦ ଟି ଏକ୍ଟିଭ କେସ ଅଛି । ଇତି ମଧ୍ୟରେ ଜିଲ୍ଲାରେ ୨୫ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ ୨୯ଜଣ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇଛି ।