Odiapua.com

ଜିଲ୍ଲାରେ ୧୦ଟି କେନ୍ଦ୍ର ରେ ୩୩୬ଜଣ ଛାତ୍ର ଛାତ୍ରୀ ମାଟ୍ରୀକ ପରୀକ୍ଷା ଦେବେ

ମାଲକାନଗିରି ,୨୬ା୭(ଓଡିଆ ପୁଅ ) ଚଳିତ ବର୍ଷ ମାଟ୍ରୀକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ର ଛାତ୍ରୀ ମାନେ ପୁଣିଥିରେ ଆସନ୍ତା ୩୦ ତାରିଖ ରେ ମାଟ୍ରୀକ ପରୀକ୍ଷା ଆରମ୍ଭ ହେଉଛି । ମାଟ୍ରୀକ ପରୀକ୍ଷା ପାଇଁ ମାଲକାନଗରି ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ସମସ୍ତପ୍ରକାର ପ୍ରସ୍ତୁତି ସରି ଯାଇଛି । ଜିଲ୍ଲାର ୧୦ଟି କେନ୍ଦ୍ରରେ ୩୩୬ଜଣ ଛାତ୍ର ଛାତ୍ରୀ ପରୀକ୍ଷାଦେବେ । ମାଲକାନଗିରି ସରକାରି ବାଳକ ଉଚ୍ଚବିଦ୍ୟାଳୟ,ଏସଏସଡି ହାଇସ୍କୁଲ ମାଥିଲି,ପୁଲି ମେଟଲା ସରକାରୀ ହାଇସ୍କୁଲ ,ଏମଭି୭୯ ସାବେରୀ ବିଦ୍ୟାପିଠ,ବାଲିମେଳା ସରକାରି ହାଇସ୍କୁଲ ,ଗୋବିନ୍ଦପାଲି ସରକାରି ଏସଏସଡି ହାଇସ୍କୁଲ ,ପଡିଆ ସରକାରି ଏସଏସଡି ହାଇସ୍କୁଲ,ସତିଗୁଡା ସରକାରି ଏସଏସଡି ହାଇସ୍କୁଲ ,ଏମଭି୮୮ ଡକ୍ଟର ଆମ୍ବେଦକର ହାଇସ୍କୁଲ,କୁଡୁମୁଲୁଗୁମ୍ମା ସରକାରି ନୋଡାଲ ହାଇସ୍କୁଲ ୧୦ଟି ପରୀକ୍ଷା କେନ୍ଦ୍ର ଗୁଡିକୁ ସାନିଟାଇଜ କରାଯାଇଛି । ଏହି ସବୁ କେନ୍ଦ୍ରରେ କୋଭିଡ ଗାଇଡ ଲାଇନ ପାଳନ କରାଯାଇ ଆସନ୍ତା ୩୦ତାରିଖ ଠାରୁ ଅଗଷ୍ଟ ୫ତାରିଖ ପ ର୍ଯ୍ୟନ୍ତ ପରୀକ୍ଷା ହେବ,୧୦ଟି କେନ୍ଦ୍ରରେ ୩୩୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସହିତ ଏହି ପରୀକ୍ଷା କେନ୍ଦ୍ରଗୁଡିକୁ ଶିକ୍ଷାବିଭାଗ ଅଧିକାରୀ ମାନେ ପରିଦର୍ଶନକରି କୋଭିଡ ଗାଇଡ ଲାଇନ ପାଳନ କରାଯାଇଛି କି ନାହିଁ ତଦାରଖ କରିଛନ୍ତି, ପରୀକ୍ଷାର୍ଥୀ ମାନଙ୍କର ଆଡମିଟ କାର୍ଡ ସେମାନଙ୍କ ସ୍କୁଲକୁ ପଠାଇଦିଆ ଯାଇଛି ବୋଲି ନୁତନ ଜିଲ୍ଲାଶିକ୍ଷାଅଧିକାରୀ ମାନସକୁମାର ଜେନା ଓ ଜିଲ୍ଲାବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା ସୁଚନା ଦେଇଛନ୍ତି ।