Odiapua.com

ଜିଲ୍ଲାରେ ମାଟ୍ରିକ ପାଶ୍ କରିଛନ୍ତି ୧୩ ହଜାର ଯୁକ୍ତ ଦୁଇ ସିଟ୍ ଅଛି ୧୧ ହଜାର

ନୟାଗଡ଼, ୨୯ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ୧୩ ହଜାର ୩୭ ଛାତ୍ରଛାତ୍ରୀ ପାଶ୍ କରିଥିବାବେଳେ ଯୁକ୍ତ ଦୁଇରେ ୧୧ ହଜାର ୨୫୮ ସିଟ୍ ରହିଛି। ଯାହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଉଦ୍ବେଗର କାରଣ ହୋଇଛି। ସେମାନଙ୍କର ପିଲାମାନେ କେଉଁଠି ପଢିବେ ତାହାକୁ ନେଇ ଏବେଠାରୁ ଅଭିଭାବକମାନଙ୍କର ଚିନ୍ତା ବଢି ଯାଇଛି। ଜିଲ୍ଳାରେ ବିଭିନ୍ନ କ୍ୟାଟାଗୋରିର ୫୨ଟି ଯୁକ୍ତ ଦୁଇ କଲେଜ ରହିଛି। କଳାରେ ୬୯୯୮, ବିଜ୍ଞାନରେ ୩୨୦୦, ବାଣିଜ୍ୟରେ ୩୩୬, ସଂସ୍କୃତରେ ୨୭୬ ଏବଂ ଭୋକେସନାଲରେ ୪୪୮ଟି ସିଟ୍ ରହିଛି। ତେବେ ମାଟ୍ରିକରେ ବହୁ ସଂଖ୍ୟକ ପିଲା ପାଶ୍ କରିଥିଲାବେଳେ ଯୁକ୍ତ ଦୁଇରେ କମ୍ ସଂଖ୍ୟକ ସିଟ୍କୁ ନେଇ ଏବେଠାରୁ ବିଭିନ୍ନ ଆଲୋଚନା ଚାଲିଛି।