Odiapua.com

ଜିଲ୍ଲାରେ ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୫୪୨ ନମୁନା ପରୀକ୍ଷଣ ୫୩ ପଜିଟିଭ, ୨୬ଜଣ ସୁସ୍ଥ

ମାଲକାନଗିରି, ୨୧ା୬( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ପୁଣି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟହୋଇ ଥିବା ଜଣେ ଆକ୍ରାନ୍ତ କୋରକୁଣ୍ଡା ବ୍ଲକ ସୋମନାଥପୁର ସଙ୍ଗରୋଧ କେନ୍ଦ୍ରର ମହାରାଷ୍ଟ୍ର ରାଜ୍ୟ ଫେରନ୍ତା ବୋଲି ଜଣାପଡିଛି। ଦ୍ୱିତୀୟ ଆକ୍ରାନ୍ତ ବାଲିମେଳା ଅଚଂଳର ସେ ଭୁବନେଶ୍ୱର ଏମସ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଜିଲ୍ଲାରୁ ଗତ୨୦ତାରିଖ ମଧ୍ୟରେ ୪୫୪୨ ଟି ନମୁନା ସଂଗ୍ରହହୋଇ ପରୀକ୍ଷଣ ନିମନ୍ତେ ପଠାଯାଇଥିଲା। ତନ୍ମମଧ୍ୟରୁ ୫୩ଗୋଟି ନମୁନା ପଜିଟିଭ ଥିବାବେଳେ ୪୨୯୪ ଗୋଟି ନମୁନା ନେଗେଟିଭ ରହିଛି, ୧୯୫ ଗୋଟି ନମୁନା ହସ୍ତଗତ ହୋଇନାହିଁ। ମାଲକାନଗିରି ଜିଲ୍ଲାର ୫୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୬ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୨୭ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜିର ସଂକ୍ରମଣ ମାନଙ୍କ ଟ୍ରାଭେଲ ରିପୋର୍ଟ ଜଣା ପଡିଯାଇଛି, ଚିହ୍ନଟ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି। କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।