Odiapua.com

ଜିଲ୍ଲାରୁ ୧୬୩ ଆକ୍ରାନ୍ତ ଚିହ୍ନଟ, ଆଉ ୩ ମୃତ

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆଉ ୧୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇ ଯାଇଛି । ଯାହା ଫଳରେ ଜିଲ୍ଲାର କୋଭିଡ଼ ପରିସଂଖ୍ୟାନ ଏହି ଭଳି ହୋଇଛି । ମୋଟ ନମୁନା ପରୀକ୍ଷା ୪ ଲକ୍ଷ ୬୮ ହଜାର ୩୨୮, ମୋଟ ଆକ୍ରାନ୍ତ ଚିହ୍ନଟ ୨୨ ହଜାର ୨୫୫, ମୋଟ ସୁସ୍ଥ ହୋଇଛନ୍ତି ୨୦ ହଜାର ୫୩୪, ମୋଟ ମୃତ୍ୟୁବରଣ କରିଛନ୍ତି ୪୭ଜଣ ଏବଂ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୭୪ଜଣ । ଚିହ୍ନଟ ନୂତନ ଆକ୍ରାନ୍ତମାନେ ବାସୁଦେବପୁର ପୌରପାଳିକାର ୧୮ ନଂ ୱାର୍ଡରୁ ୨ଜଣ, ଭଦ୍ରକ ପୌରପାଳିକାର ଜଗନ୍ନାଥପୁର, ଅପର୍ତ୍ତିବିନ୍ଧା, ପଠାଣସାହି, ଗରଦପୁର, ବରାଳପୋଖରୀ, ଚରମ୍ପା ଓ ବାଗୁରାଇ ଅଞ୍ଚଳରୁ ୧୫ଜଣ, ବନ୍ତ ବ୍ଲକର ଆଡିଆ, ମହାନ୍ତିପଡା, ରାମକୃଷ୍ଣପୁର ଗ୍ରାମରୁ ୭ଜଣ, ଚାନ୍ଦବାଲି ଏନ୍‌ଏସିର ୧ନଂ, ୬ ନଂ, ୭ ନଂ, ୧୫ନଂ ୱାର୍ଡରୁ ମୋଟ ୧୨ଜଣ, ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ, କଣ୍ଟି, ନାଆମି,ପିରିପୁର, ନିର୍ଗୁଣ୍ଡି, ରାହାଞ୍ଜ, ତେସିଙ୍ଗା, ଗ୍ରାମରୁ ୧୪ଜଣ, ଚାନ୍ଦବାଲି ବ୍ଲକର ଭାଯପଡା, ବିଜୟନଗର, ଚରଦିଆ, ଧାମରା, ଘଟପୁର, ଖଦାଳପୋଖରୀ, ମଉସୁଧା, ନଳଗୋହିରା, ନୂଆଗାଁ, ବାଘନଟା, ତେନ୍ତୁଲିଡିହି ଗ୍ରାମରୁ ୨୪ଜଣ, ତିହିଡ଼ି ବ୍ଲକର ବାରୋ, ବିଲଣା, ଜିତାନଗା, ନନ୍ଦପୁର, ନରେନ୍ଦ୍ରପୁର, ରାଜନଗର, ସୟା, ସିନ୍ଦୋଳ, ସାହାପୁର ଗ୍ରାମରୁ ୧୪ଜଣ, ଧାମନଗର ଏନ୍‌ଏସିରୁ ଜଣେ, ବାସୁଦେବପୁର ବ୍ଳକର ଆରୁହା, ବିଦେଇପୁର, ବ୍ରାହ୍ମଣୀଗାଁ ଗ୍ରମାରୁ ୪ଜଣ, ଭଦ୍ରକ ବ୍ଳକର ଆମ୍ବରୋଳି, ବାଣିତିଆ, ବେନ୍ତାଳ, ବିଷ୍ଣୁପୁରବିନ୍ଧା, ଚରମ୍ପା, ଆରଡିଛକ, ଲାଙ୍ଗୁଡି, କଲେଇ, କେଦାରପୁର, କୋଡବରୁଆଁ, କରେଇପୁର, ରାହାଞ୍ଜ, ରାନ୍ଦିଆ, ସାବରଙ୍ଗ, ସାହାଡା ଗ୍ରାମରୁ ୨୫ଜଣ, ଧାମନଗର ବ୍ଳକର ଦଳାଙ୍ଗ, ବାହାରବିଲ, ଦୋବଲ, ପଧାନୀ, ସୋହଡା ଗ୍ରାମରୁ ୩୦ଜଣ, ଅନ୍ୟ ଜିଲ୍ଲାରୁ ୬ଜଣ ଏବଂ ଭଦ୍ରକ ଜିଲ୍ଲାର ୯ଜଣ ଜିଲ୍ଳା ବାହାରେ ଚିହ୍ନଟ ହୋଇଛନ୍ତି ।