Odiapua.com

ଜିଲ୍ଲାରୁ ଚିହ୍ନଟ ହେଲେ ୯୫ କରୋନା ଆକ୍ରାନ୍ତ, ମୃତକ ସଂଖ୍ୟାରେ ୧ ବୃଦ୍ଧି

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଳାରୁ ନୂତନ କରୋନା ଆକ୍ରାନ୍ତ ୯୫ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୫୨୪୨ । ଜିଲ୍ଳାରୁ ମୋଟ ୮୫ହଜାର ୨୧୬ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୩୬୮ । ଏବେ ଆକ୍ଟିଭ ଆକ୍ରାନ୍ତ ଅଛନ୍ତି ୮୭୪ଜଣ । ଅନ୍ୟ ପକ୍ଷରେ ମୃତ୍ୟୁ ସଂଖ୍ୟାରେ ଆଉ ଗୋଟିଏ ବୃଦ୍ଧି ଘଟିଛି । ଜିଲ୍ଳାରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୨ରୁ ବୃଦ୍ଧି ହୋଇ ୧୩ ହୋଇଛି । ଆଜି ଯେଉଁ ୯୫ଜଣ ଚିହ୍ନଟ ହୋଇଛନ୍ତି, ସେମାନେ ଭଦ୍ରକ ପୌରପାଳିକାର ୨୪ଜଣ, ଭଦ୍ରକ ବ୍ଲକର ୧୩, ଚାନ୍ଦବାଲି ଏନ୍‌ଏସିର ଜଣେ, ଚାନ୍ଦବାଲି ବ୍ଳକର ଜଣେ, ଧାମନଗର ବ୍ଲକର ୧୩ଜଣ, ବନ୍ତ ବ୍ଳକର ୩ଜଣ, ବାସୁଦେବପୁର ପୌରପାଳିକାର ୬ଜଣ, ତିହିଡି ବ୍ଲକର ୨୪ଜଣ, ଅନ୍ୟ ଜିଲ୍ଲାର ୨ଜଣ ।