Odiapua.com

ଜିଲ୍ଲାରୁ ଚିହ୍ନଟ ହେଲେ ୧୮୬ ଆକ୍ରାନ୍ତ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ପୁଣି ଚିହ୍ନଟ ହୋଇଛନ୍ତି ୧୮୬ ନୂଆ କରୋନା ଆକ୍ରାନ୍ତ ଯାହାଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୯୩୮ ହୋଇଛି । ୧୮ ହଜାର ୯୮୯ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆଉ ୧୯୦୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛିନ୍ତି । ସେହି ଆକ୍ରାନ୍ତମାନେ ବାସୁଦେବପୁର ପୌରପାଳିକାର ୧୪, ୧୦, ୧୧, ୧୫, ୬ ଓ ୭ ନଂ ୱାର୍ଡରୁ ମୋଟ ୭ଜଣ, ବାସୁଦେବପୁର ବ୍ଳକର ଅଢୁଆଁ, ଆର୍ତ୍ତୁଂ, ବାଲିମେଦ, ବାଲିମୁଣ୍ଡା, ବରଣ୍ଡୁଆ, ବିଦେଇପୁର, ବିରସ, ଚୁଡାମଣି, ଜଗନ୍ନାଥପ୍ରସାଦ, କିସ୍ମତ୍ କୃଷ୍ଣପୁର, କମାରଗାଁ, କୁମାରପୁର, ନରସିଂହପୁର, ପଦ୍ମପୁର, ସୁଗୋ, ରାଜଘରପୋଖରୀ ଗ୍ରାମରୁ ମୋଟ ୩୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଳକର ମଣତାପୁର, ରାମଚନ୍ଦ୍ରପୁର, ରଞ୍ଜିତ ଗ୍ରାମରୁ ୧୫ଜଣ, ଚାନ୍ଦବାଲି ବ୍ଳକର ଓସ୍ତିଆ, ଖନ୍ଦାଗରଡି, ମତୋ, କରଞ୍ଜମାଳ, କରଣପଲୀ, ଧାମରା ଗ୍ରାମରୁ ମୋଟ ୮ଜଣ, ଚାନ୍ଦବାଲି ଏନ୍‌ଏସିର ୭ ନଂ ୱାର୍ଡ ଓ ୫ ନଂ ୱାର୍ଡରୁ ଜଣେ ଲେଖାଏଁ ମିଶାଇ ୨ଜଣ, ତିହିଡ଼ି ବ୍ଲକରଅଚକ, ବାରୋ, ବାହାବଳପୁର, ବାରସର, ଭାଟପଡା, ଜିତାନଗା, ଫତେପୁର, ଗୁଆମାଳ, କୋହ୍ଲ, ପାଳିଆବିନ୍ଧା ଓ ତାଳପଦା ଗ୍ରାମରୁ ମୋଟ ୩୦ଜଣ, ଧାମନଗର ଏନ୍‌ଏସିର ୩ ନଂ ୱାର୍ଡରୁ ଜଣେ, ଧାମନଗର ବ୍ଳକର ଅସୁରାଳି, ଗୁଆପୋଖରୀ, ଧୁଷୁରୀ, ଦୋବଲ, ଫତେପୁର, ଗୋବିନ୍ଦପୁର, ପାଳସାହି, ରଇପୁର ଗ୍ରାମରୁ ମୋଟ ୨୦ଜଣ, ଭଦ୍ରକ ବ୍ଲକର ବନ୍ଧଗାଁ, ଇଚ୍ଛାପୁର, ଚଣ୍ଡିଗାଁ, ଭୀମପୁର, ଆରଡିଛକ, ଲାଙ୍ଗୁଡ଼ି, କଲେଇ, କେଦାରପୁର, କୋଡବରୁଆଁ, ଓଲଙ୍ଗ, ରାହାଞ୍ଜ ଓ ରାନ୍ଦିଆ ଗ୍ରାମରୁ ୨୧ଜଣ, ଭଦ୍ରକ ପୌରପାଳିକାର ଅସ୍ତଳ, ବରାଳପୋଖରୀ, ନୂଆବଜାର, ପୁରୁଣାବଜାର, ଗରଦପୁର, ବାଇପାସ୍‌, ଗବସାହି ଗ୍ରାମରୁ ୯ଜଣ, ବନ୍ତ ବ୍ଲକର ଚାରିଗାଁ, ଛୟାଳସିଂହ, ଗୋବିନ୍ଦପୁର, କାଣ୍ଡବା, କେନ୍ଦୁଆପଦା, ମହାନ୍ତିପଡା, ପଧାନପଡା, ରାମପୁର, ବାରିକପୁର ଗ୍ରାମରୁ ୧୮ଜଣ, ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରୁ ୬ଜଣ, ଭଦ୍ରକ ଜିଲ୍ଲାର ୧୬ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।