Odiapua.com

ଜିଲ୍ଲାଭିତିକ ଷ୍ଟାଫନର୍ସ ନିଯୁକ୍ତି ଦାବିନେଇ ଧାରଣା ପରେ ପ୍ରଶାସନିକ ଅଧିକାରୀ କିଛି ବ୍ୟବସ୍ଥା ନକରିବାରୁ ହାଇକୋର୍ଟର ଦ୍ୱାରସ୍ଥ ହେଲ ଛାତ୍ରୀ

ମାଲକାନଗିରି,୧୪ା୧୨ (ଓଡିଆ ପୁଅ )  ଜିଲ୍ଲାଭିତିକ ଷ୍ଟାପନର୍ସ ନିଯୁକ୍ତ ଦାବିକରି ୭ଘଟାଂଧରି ଧାରଣା ଦେବାପରେ ପ୍ରଶାସନିକ ଅଧିକାରୀ କିଛି ବ୍ୟବସ୍ଥା ନକରିବାରୁ  ଜିଏନଏମ ତାଲିମପ୍ରାପ୍ତ ସ୍ଥାନୀୟ ଛାତ୍ରୀ ମାନେ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ହସପିଟାଲରେ ଦୀର୍ଘବର୍ଷ ଧରି ଖାଲିଥିବା ୪୯ ଷ୍ଟାଫନର୍ସ ପଦବି ଗୁଡିକୁ ପୁରଣ କରିବାପାଇଁ ଗତ ତନିଦିନହେଲା ନିଯୁକ୍ତିପରୀକ୍ଷା ଚାଲିଥିଲା । ଏହି ପଦବିରେ ଅଗ୍ରାଧିକାର ଭିତିରେ ସ୍ଥାନୀୟ ଜିଏନଏମ ପାସକରିଥିବା  ଛାତ୍ରୀ ଙ୍କୁ ନିଯୁକ୍ତି ଦେବା ଦାବିନେଇ ଗୁରୁବାରଦିନ ଛାତ୍ର କଂଗ୍ରେସ ର ରବି ରାଜେଶ କୁମାର,ଅଭିଶେକ ବାଘ,ଟି.ମୁତ୍ୟାଲୁ,ପ୍ରଦୀପ ଦଣ୍ଡପାଟି,ପି.ନବିନ ରାଓ. ଓ ଜିଲ୍ଲାମହିଳା କଂଗ୍ରେସ ସଭାନେତ୍ରୀ କମଳାବରାଳ ଙ୍କ ସହ  ଜିଏନଏମ ଛାତ୍ରୀ ମାନେ ମେଡିକାଲ ଆଗରେ ଆନ୍ଦୋଳନ ସହ ଧାରଣାରେ ବସିଥିଲେ ।  ଗୁରୁବାର ଦିନ ପୁରଣା ହସପିଟାଲ ପରିସରରେ ଷ୍ଟାପନର୍ସ ପଦବି ପାଇଁ ଚୟନ ପ୍ରକ୍ରିୟା ଓ ସାକ୍ଷାତ କାର ର ଶେଷଦିନଥିଲା ।  ହସପିଟାଲ ଆଗରେ ଦୀର୍ଘ ୭ଘଟାଂ ଧରି ପ୍ରାୟ୪୦ରୁ ଉର୍ଦ୍ଦ ସ୍ଥାନୀୟ ଜିଏନଏମ ଓ ଷ୍ଟାପନର୍ସ ଛାତ୍ରୀ ଓ ଛାତ୍ର କଂଗ୍ରେସ ଦଳପକ୍ଷରୁ ଧାରଣା ଦିଆ ଯାଇଥିଲା । ଭିତରକୁ ପରୀକ୍ଷାର୍ଥୀ ଓ ସାକ୍ଷାତକାର  ନେଉ  ଥିବା ଡାକ୍ତର,ବିଶେଜ୍ଞ ମାନଙ୍କୁ ଛାଡା ଯାଇନଥିଲା । ଦୀର୍ଘ୭ଘଟାଂ ପର୍ଯ୍ୟନ୍ତ ଛାତ୍ରୀ ମାନେ ହସପିଟାଲକୁ ଘେରାଓ କରି ରଖିଥିବାରୁ କେହି ଭିତରକୁ ଯାଇପାରନଥିଲେ ।  ସିଡିଓମଓ ଡା ଅଜିତ କୁମାର ମାହାନ୍ତି ସେଠାରେ ପହଁଚି ସରକାରି ନିୟମ ଅନୁସାରେ ଏହି ଚୟନପ୍ରକ୍ରୀୟା ଚାଲିଛି, ଏହାକୁ ବନ୍ଦକରିବା ଦ୍ୱାରା ଦୀର୍ଘବର୍ଷ ଧରି ହସପିଟାଲରେ ଖାଲିପଡିଥିବା ଷ୍ଟାଫନର୍ସ ପଦବି ପୁରଣ ହେବାରେ ବିଳମ୍ବ ହେବ,ସ୍ଥାନୀୟ ପିଲାଙ୍କ ଦାବିପ୍ରତି ଜିଲ୍ଲାପ୍ରଶାସନ ବିଚାର କରିବେ ବୋଲି ଆନ୍ଦୋଳ କାରୀ ମାନଙ୍କୁ ବୁଝା ସୁଜାକରିବା ପରେ ବହୁକଷ୍ଟରେ ଆନ୍ଦୋଳନ ପ୍ରତ୍ୟାହର ହୋଇ ଦିନ୨ଟାପରେ ଷ୍ଟାପନର୍ସ ସାକ୍ଷାତକାର ଓ ଚୟନ ପ୍ରକ୍ରିୟା ହୋଇଥିଲା । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଖୋଲା ଯାଇଥିବା ଏକମାତ୍ର ଜିଏନଏମ ତାଲିମ କେନ୍ଦ୍ରରେ ତାଲିମ ନେଇ ପ୍ରଥମ ବ୍ୟାଚରେ ପାସ କରିଥିବା ସ୍ଥାନୀୟ ଗରିବ ଛାତ୍ରୀ,ଛାତ୍ର ମାନଙ୍କୁ ଅଗ୍ରାଧୀକାର ଭିତିରେ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗରେ ଖାଲିପଡିଥିବା ଷ୍ଟାପନର୍ସ ପଦବିରେ ନିଯୁକ୍ତି ଦେବା ପାଇଁ  ଜିଲ୍ଲାର ଜିଏନଏମ ତାଲିମପ୍ରାପ୍ତ ଛାତ୍ରୀମାନେ  ଗତ ୧୦ତାରିଖରେ ମାଲକାନଗିରି ବିଧାୟକ ମାନସ ମାଡକାମି ଓ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କିଛି ଫଳପ୍ରଦ ନ ହେବାରୁ  ଗୁରୁବାର ଦିନ ଧାରଣାରେ ବସିଥିଲେ । ସେଥିରେ ମଧ୍ୟ କିଛି ଫଲପ୍ରଦ ନହେବାରୁ ଏହି ନିଯିୁକ୍ତ ପ୍ରକ୍ରୀୟାକୁ  ସ୍ଥଗିତ ରଖିବାପାଇଁ ଆଜି ମାଲାକନଗିରି ର  ଜିଏନଏମ ତାଲିମ ପ୍ରାପ୍ତ ଛାତ୍ରୀ ମାନେ କଟକ ହାଇକୋର୍ଟ ଅଭିମୁଖେ ଯାଇଥିବାର ଜଣାପଡିଛି ।