Odiapua.com

ଜିଲ୍ଲାପ୍ରଶାସନ ଓ ବନବିଭାଗ ଗୋଟିଏ ଦିନରେ ୧୨00 ଗଛ ଲଗାଇ ସବୁଜ ବିପ୍ଲବର ବାର୍ତା ଦେଲେ

ମାଲକାନଗିରି,୨୭ା୮(ଓଡିଆ ପୁଅ )୧୫୦ତମ ପବିତ୍ର ଗାନ୍ଧୀଜୟନ୍ତୀ ପାଳନ ଅବ୍ୟାହତ ପୁର୍ବରୁ ମାଲକାନଗିରି ଜିଲ୍ଲାରେ ସବୁଜ ବିପ୍ଳବ କରିବା ଉଦେଶ୍ୟ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ବନବିଭାଗପକ୍ଷରୁ ଗୋଟିଏ ଦିନରେ ୧୨ଶହ ଗଛଲଗାଇ ସବୁଜ ବିପ୍ଳବର ବାର୍ତାଦେଇଛନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଆଚଂଳିକ ପରିବହନ ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମୁହ ବୃକ୍ଷରୋପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ମୁଖ୍ୟବକ୍ତା ଭାବେ ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ,ସମ୍ମାନିତ ଅତିଥି ଭାବେ ବିଡିଓ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀଡ.ଗୁଣ ନିଧି ନାୟକ,ବନାଚଂଳ ଅଧିକାରୀ ବାସୁଦେବ ନାୟକ,ଅଧ୍ୟାପକ ଡ.ରଂଜନ କୁମାର ସ୍ୱାଇଁ,ସାହିତ୍ୟ ଏକାଡେମୀ ସଦସ୍ୟ  ରତ୍ନାକରଦାଶ,ବରିଷ୍ଟନାଗରିକ ଦୁର୍ଯ୍ୟଧନପାତ୍ର,ବିଜୁ ଯୁବବାହିନୀର ଜିଲ୍ଲାସଂଯୋଜକ ବିନାଶ କୁମାର ମିଶ୍ର, ଆଚଂଳିକ ପରିବହନ ଅଧିକାରୀ,ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଉପକାରିତା,ସବୁଜ ବୃକ୍ଷ ବିନା ଉପୁଜୁଥିବା ପ୍ରାକୃତି ବିପର୍ଯ୍ୟୟ,ମରୁଡି ଆଦି ସମସ୍ୟା ସଂପର୍କରେ କହିଥିଲେ । କାର୍ଯ୍ୟାଳୟ ପରିସରରେ ଜିଲ୍ଲାପ୍ରଶାସନ, ବନବିଭାଗ, ବିଜୁଯୁବବାହିନୀ,ଟିମ ଉଇକ୍ୟାନ, ଯୁବରେଡକ୍ରସ,ଆଓମା ସଂସ୍ଥାର ଶତାଧିକ ଛାତ୍ର ଛାତ୍ରୀ ଗୋଟିଏ ଦନରେ ୧୨ଶହ ନାନାପ୍ରକାର ଔ୍ୟଷଧିୟ ଚରାରୋପଣ କରିଥିଲେ । ସଭାପ୍ରାରମ୍ଭରେ  ଅତିଥି ଓ ଶତାଧିକ ଛାତ୍ର ଛାତ୍ରୀ ମାନେ ବୃକ୍ଷରୋପଣ ର ଜନସଚେତନତାର ବାର୍ତା ଦେଇ ବିରୋଟ ସୋଭାଯାତ୍ରା ରେ ସହରପରିକ୍ରମା କରି ଆଚଂଳିକ ପରିବହନ କାର୍ଯ୍ୟାଳୟ ପରିସରରେ ପହଁଚିଥିଲେ ।