Odiapua.com

ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜଇପୁର ବୟନ ଗ୍ରାମ ପରିଦର୍ଶନ ଓ ସମୀକ୍ଷା।

ଜଗତସିଂହପୁର-୩୧/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ବୁଧବାର ଦିନ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଇପୁର ଠାରେ ବୟନ ଗ୍ରାମ ପରିଦର୍ଶନ କରିଥିଲେ। ଗତ ଫନୀ ବାତ୍ୟାରେ ବୟନ ଗ୍ରାମ ପ୍ରଦର୍ଶନୀ ହଲର ଛାତ ଭାଙ୍ଗିରୁଜି ଯାଇଥିବା ଦେଖି ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲ୍।ପାଳ ନିର୍ଦ୍ଦେଶ ଦେଇଥିଲେ। ଜଇପୁର ଛକ ଠାରୁ ବୟନ ଗ୍ରାମ ରାସ୍ତା ଚଉଡା କରିବା ସହିତ ଫୁଲଗଛ ରୋପଣ ପାଇଁ ରଘୁନାଥପୁର ବ୍ଲକ ବି.ଡି.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍ ବ୍ୟତୀତ ରାସ୍ତା କଡରେ ଲାଇଟ୍ ବ୍ୟବସ୍ଥା ସହିତ ବୟନ ଗ୍ରାମ ପରିସରରେ ହାଫ୍ ହାଇମାକ୍ସ ଲାଇଟ୍ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନେବାକୁ ଉପ ନିର୍ଦ୍ଦେଶକ ଟେକ୍ସଟାଇଲ୍ ଙ୍କୁ ପରାମର୍ଶ ଦେଇଥିଲେ। ବୟନ ଗ୍ରାମର ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲ୍।ପାଳଙ୍କ କାର୍ଯ୍ୟାଳୟ, ଶାରଳା ମନ୍ଦିର ଓ ପାରାଦ୍ୱୀପ ଠାରେ ଗ୍ଲୋସାଇନବୋର୍ଡ ମାଧ୍ୟମରେ ଜନସାଧାରଣ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଜିଲ୍ଲ୍।ପାଳ ପରାମର୍ଶ ଦେଇଥିଲେ। ଷ୍ଟେଟ୍ ବ୍ୟାଙ୍କ, ଜଗତସିଂହପୁର ସାମନା ମାର୍କେଟ କମ୍ପେଲ୍ କ୍ସ, ଶାରଳା ମନ୍ଦିର ଓ ପାରାଦ୍ୱୀପ ଠାରେ ବୟନ ଗ୍ରାମ ଉତ୍ପାଦିତ ହ୍ୟାଣ୍ଡଲୁମ୍ ସାମଗ୍ରୀ ବିକ୍ରୟ ନିମନ୍ତେ ସେଲ୍ କାଉଣ୍ଟର ଖୋଲାଯିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓର୍ ମାସର ଡେପୁଟୀ ସିଇଓ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାରାଦ୍ୱୀପ ପୋର୍ଟ ପକ୍ଷରୁ ବାକିଆ ଅନୁଦାନ ରାଶି ବୟନ ଗ୍ରାମ ଉନ୍ନୟନ ନିମନ୍ତେ ତୁରନ୍ତ ପ୍ରଦାନ କରିବାକୁ ପୋର୍ଟ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯିବ। ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀର ମହିଳା ମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ସହିତ କଂପୁ୍ୟଟର ଟ୍ରେନିଂ ପ୍ରଦାନ କରିବାକୁ ଓରମାସ ଡେପୁଟୀ ସିଇଓଙ୍କୁ ପରାମର୍ଶ ଦେଇଥିଲେ। ବୟନ ଗ୍ରାମ ଠାରେ ଦୁଇଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଓ କମ୍ପୁଟର ଯୋଗାଇ ଦିଆଯିବ। ଟେକ୍ସଟାଇଲ୍ ଡେପୁଟୀ ଡାଇରେକ୍ଟର ବୟନ ଗ୍ରାମର ଉନ୍ନତି ନିମନ୍ତେ ପ୍ରସ୍ତାବ ଓ ଖର୍ଚ୍ଚ ଅଟକଳ ଉପସ୍ଥାପନ କରିବାକୁ ଜିଲ୍ଲ୍।ପାଳ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଆର୍ .ପି.ଡି.ଏସ୍ ବୈଠକରେ ବୟନ ଗ୍ରାମ ଉନ୍ନତି ନିମନ୍ତେ ସି.ଏସ୍ .ଆର୍ ଫଣ୍ଡ ଯୋଗାଇବା ନିମନ୍ତେ କର୍ପୋରେଟ୍ ହାଉସ୍ ଙ୍କୁ ପରାମର୍ଶ ଦିଆଯିବ। ଜିଲ୍ଲ୍।ପାଳ ବୟନ ଗ୍ରାମ ପ୍ରଦର୍ଶନୀ ହଲ ସେଲ୍ କାଉଣ୍ଟର, ରେଷ୍ଟୁରାଣ୍ଟ ବୁଲି ଦେଖିଥିଲେ। ମହିଳା ଉତ୍ପାଦକ ଗୋଷ୍ଠୀଙ୍କ ସହ ପାରସ୍ପରିକ ଆଲୋଚନା କରିଥିଲେ। ଜିଲ୍ଲ୍।ପାଳଙ୍କ ପରିଦର୍ଶନ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନିମାଇଁ ଚରଣ ଦାସ, ବି.ଡି.ଓ ରଘୁନାଥପୁର ଶ୍ରୀ ପଞ୍ଚାନନ ପଟ୍ଟାୟତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ ଶ୍ରୀ କାମିନୀ ରଞନ ପଟ୍ଟନାୟକ, ଓରମାସ୍ ଡେପୁଟୀ ସି.ଇ.ଓ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ଟେକ୍ସଟାଇଲ୍ ବିଭାଗର ଟେକ୍ ନିକାଲ ସୁପରଭାଇଜର ଶ୍ରୀ ମାନସ ରଞନ ପାଣିଗ୍ରାହୀ, ଓରମାସ୍ ର ଶ୍ରୀ ପ୍ରଭାତ କୁମାର ଦାଶ, ବୟନ ଗ୍ରାମ କର୍ମକର୍ତ୍ତା, ମହିଳା ବୁଣାକାର ଉତ୍ପାଦକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।