Odiapua.com

ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ଉଠିଲା ଚାଷୀ ଙ୍କ ଧାନ,ବିନା କଟଣି ରେ ମଣ୍ଡି ନେଲା ଧାନ ସ୍ଥଗିତ ରହିଲା ରାସ୍ତା ରୋକ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ଠାରେ ଖୋଲା ଯାଇଥିବା ଧାନମଣ୍ଡିରେ କ୍ୱିଂଟାଲ ପିଛା ୧୨ ରୁ ୧୬ କି.ଗ୍ରା ଲେଖାଏଁ କଟନିରେ ଧୂଷୁରୀ ସେବା ସମବାୟ ସମିତି ଧାନ କିଣୁଥିଲା । କିଛିଚାଷୀ ଏହାକୁ ବିରୋଧ କରି ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ସମିତିର ନୋଡାଲ ଅଫିସର ଅଭିଯୋଗ କାରୀଙ୍କ ଧାନ ନନେଇ ସେମାନଙ୍କୁ ହଇରାଣ କରିବାକୁ ପଛାଇ ନଥିଲେ । ଏହି ଚାଷୀମାନେ ୪ ରୁ ୫ ଦିନ କାଳ ମଣ୍ଡିରେ ଧାନ ରଖି ବର୍ଷା କାକରରେ ଜଗି ରହିଥିଲେ ବି ମଣ୍ଡି କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ଏ ବିଷୟରେ ଚାଷୀମାନେ ଜାଣିବା ପରେ ୨୮ ତାରିଖ ସୁଦ୍ଧା ମଣ୍ଡି ଧାନ ନନେଲେ ସେମାନେ ପ୍ରତିବାଦ କରି ଆଖଣ୍ଡଳମଣି – ଭଦ୍ରକ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିବା ସହ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଥିଲେ । ଏ ବିଷୟରେ ଭଦ୍ରକ ଜିଲାପାଳ ଦୀଲିପ ରାଉତରାଏଙ୍କୁ ଚାଷୀମାନେ ପୁଣି ଭେଟି ଆନ୍ଦୋଳନ ଓ ରାସ୍ତାରୋକର ଚେତାବନୀ ଦେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତ ରାୟ ବିନା କଟନିରେ ଚାଷୀ ମାନଙ୍କ ଠୁଁ ଧାନ କିଣିବାକୁ ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଧିକାରୀ ଜଣକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ମାନଙ୍କୁ ମଣ୍ଡିକୁ ଡାକି ବିନା କଟନିରେ ଧାନ କିଣିଥିଲେ । ସୂଚନା ଅନୁସାରେ ବହୁ ଅବ୍ୟବସ୍ଥାରେ ଧାନମଣ୍ଡି ଚାଲୁଥିଲେ ବି ଏଥିରେ କେହି ପ୍ରତିବାଦ କରୁନାହାଁନ୍ତି ଓ ଚାଷୀଙ୍କ ପରିବର୍ତେ ଧାନ ବ୍ୟବସାୟୀ ମାନେ ୭୦ ପ୍ରତିଶତ ଧାନ ମଣ୍ଡିକୁ ଦେଉଥିବା ଚାଷୀମାନେ କହିଛନ୍ତି ।