Odiapua.com

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ମର୍ଦକୋଟ ସରପଞ୍ଚ, ଆଜିଠାରୁ ୭ ଦିନ ପାଇଁ ମର୍ଦକୋଟ ପଞ୍ଚାୟତ ସଟ୍ ଡାଉନ୍

କୋଦଳା ୧୭ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଂଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ବିଭିନ୍ନ ପଞ୍ଚାୟତ ଗୁଡ଼ିକୁ ଜିଲ୍ଲାପାଳ କ୍ଷମତା ବଳରେ ସରପଞ୍ଚ ମାନେ ସଟ୍ ଡାଉନ୍ କରୁଛନ୍ତି। ଜିଲ୍ଲାର ବେଗୁନିଆପଡ଼ା ବ୍ଳକର ମର୍ଦକୋଟ ପଞ୍ଚାୟତକୁ ସରପଞ୍ଚ ସାଗରିକା ନାୟକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ଉକ୍ତ ପଂଚୟତରେ ଗୁରୁବାର ଗୋଟିଏ ପରିବାରର ୬ ଜଣ ଜଣଙ୍କ ସମେତ ଗୋଟିଏ ଦିନରେ ୯ କରୋନା ପଜିଟିଭି ଚିହ୍ନଟ ପରେ ଚିନ୍ତା ପ୍ରକଟ କରିଛନ୍ତି ସରପଞ୍ଚ। ପଞ୍ଚାୟତରେ ମୋଟ ପଜିଟିଭ୍ ସଂଖ୍ୟା ୧୫ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୧୧ ଜଣ ଆକ୍ଟିଭ୍ କେଶ୍ ରହିଛି। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସାହି ମାନଙ୍କରେ ଲୋକେ ସାମାଜିକ ଦୂରତାକୁ ବଜାୟ ରଖୁ ନଥିବା, ବିନା ମାକ୍ସରେ ବୁଲୁଥିବା ବେଳେ ବାରମ୍ବାର ତାଗିଦ୍ ପରେ ବି ଲୋକେ ସଚେତନ ହେଉନଥିବା କହିଛନ୍ତି ସରପଞ୍ଚ।ଏନେଇ ସରପଞ୍ଚ ଶୁକ୍ରବାର ପଞ୍ଚାୟତରେ ଏକ ସାଧାରଣ ବୈଠକ ଡକାଇ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୭ ତାରିଖ ସନ୍ଧ୍ୟା ୬ ଘଣ୍ଟା ଠାରୁ ୨୩ ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଔଷଧ, ପରିବା, ରାସନ ଦୋକାନ ବ୍ଯତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦବ୍ୟତୀତ ଠେଲା ଗାଡିରେ ପରିବା ଓ ରାସନ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଯାନବାହାନ ଚଳାଚଳ ଏବଂ ବାହାରୁ ପଞ୍ଚାୟତକୁ ଆସିବା ଓ ଯିବାକୁ ନିଷିଦ୍ଧ କରାଯାଇଛି।