Odiapua.com

ଜିଲ୍ଲାପାଳ କଳ୍ପନା ଦେବୀ ଜରାନିବାସ ପରିଦର୍ଶନ କଲେ

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ସ୍ଥିତ ଦୈସିଂରେ ଥିବା ଜରାନିବାସ ପରିଦର୍ଶନ କରିଥିଲେ। ଜରାନିବାସର ସମସ୍ତ ଅନ୍ତେବାସୀଙ୍କ ସହିତ ବାର୍ତାଳାପ କରିବା ସହିତ ଭାବର ଆଦାନପ୍ରଦାନ କରିଥିଲେ । ଏଥିସହିତ ସେମାନଙ୍କର ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଶ୍ରୀ ରାଉତରାୟ ଜରାନିବାସର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ଅକ୍ଷମ ବ୍ୟକ୍ତିକୁ ଆଶ୍ରା ବାଡି ଦେଇଥିଲେ। ଜରାନିବାସର ପରିଦର୍ଶନ ସମୟରେ ପରିବେଶ ତଦାରଖ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଉତରାୟ ଯଥାସମ୍ଭବ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ଭଦ୍ରକ ଡିଏସଏସଓ ବିଜୟ ନାୟକ ଉପସ୍ଥିତ ଥିଲେ । କଳ୍ପନା ଦେବୀ ଜରାନିବାସର ଟ୍ରଷ୍ଟ ବୋର୍ଡର ପ୍ରତିଷ୍ଠାତା ଡାକ୍ତର ହରେକୃଷ୍ଣ ନାୟକ ସହିତ ଟ୍ରଷ୍ଟର ସଦସ୍ୟ ଶାନ୍ତନୁ କୁମାର ରାଉତ, ଅଞ୍ଜନା ମିଶ୍ର, ଶୁଭେନ୍ଦୁ ରାୟମହାପାତ୍ର ଜିଲ୍ଲାପାଳଙ୍କୁ ସ୍ୱାଗତ କରିବା ସହିତ ଧନ୍ୟବାଦ ଦେଇଥିଲେ। କଳ୍ପନା ଦେବୀ ଜରାନିବାସ ପ୍ରତିଷ୍ଠା ହେବା ଠାରୁ ଆଜିପର୍ଯ୍ୟନ୍ତ ଅନ୍ତେବାସୀଙ୍କୁ ନିରବଚ୍ଛିନ୍ନ ଭାବରେ ଦାୟିତ୍ୱ ବହନ କରି ସେବା ପ୍ରଦାନ କରି ଆସୁଛି। ଡାକ୍ତର ହରେକୃଷ୍ଣ ନାୟକ ଜରାନିବାସକୁ ପାଂଚ ବର୍ଷ ପୂର୍ବରୁ ପ୍ରତିଷ୍ଠା କରିଥିଲେ।