Odiapua.com

ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିରରେ ମୋଟ ୨୯୨ଟି ଅଭିଯୋଗ ହସ୍ତଗତ

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲ ଗୁଣ୍ଡା ପଂଚାୟତ କାର୍ଯ୍ୟାଳୟ ରେ ସୋମବାର ଜିଲ୍ଲା ପାଳ ଏବଂ ଏସ ପି ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ଜିଲ୍ଲା ପାଳ ଡ ଦିଲ୍ଲୀପ ରାଉତରାୟ, ଏସ ପି ମନୋଜ ରାଉତ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ, ଉପ ଜିଲ୍ଲା ପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ପ୍ରମୋଦ କୁମାର ପ୍ରହରାଜ, ଏସ ଡି ପି ଓ ପ୍ରଭାସ ସାହୁ, ତହସିଲଦାର ଭାବ ତୋଷ ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ମହାପାତ୍ର ,ଥାନା ଅଧିକାରୀ ପରେଶ ମହାନ୍ତି , ସରପଂଚ ଭାରତୀ ବିଶ୍ୱାଳ, ସମିତି ସଭ୍ୟ ଅଭୟ ବଳ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ।ଉକ୍ତ ଶିବିରରେ ମୋଟ ୨୯୨ ଗୋଟି ଅଭିଯୋଗ ହସ୍ତଗତ ହୋଇଥିବା ବେଳେ ୧୭୨ଟି ପଞ୍ଜିକୃତ ହୋଇଥିବା ବେଳେ ୧୨୦ ଟି ଅଣ ପଞ୍ଜିକୃତ ଶୁଣାଣୀ ହୋଇଥିଲା। , ପାନୀୟ ଜଳ ସମସ୍ୟା, ଖାଉଟି କାର୍ଡ ନୂତନ ସାଙ୍ଗକୁ ନାମ ଯୋଡିବା, ସାମାଜିକ ଭତା, ବିଦ୍ୟୁତ୍ ବିଭାଗ ରେ ଫାଇନ , ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ବିଳମ୍ବ, ବାଶଂଡା ଥାନା ଅଧିନ ଜଳେଶ୍ୱର ପୁର ଠାରେ ରାଜେନ୍ଦ୍ର ମଢୁଆଳ ଙ୍କ ଉପରେ ହୋଇଥିବା ଆକ୍ରମଣ,ମାଣିପୁର ଠାରେ ହୋଇଥିବା ଆକ୍ରମଣ ଆଦି ବିଷୟରେ ଅଭିଯୋଗ ଆସିଥିଲା।ସେ ସବୁ ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଭଦ୍ରକ ଜିଲ୍ଲା ଏସପି ମନୋଜ ରାଉତ ଆକ୍ରମଣ ରେ ଶିକାର ହୋଇଥିବା ପରିବାର ମାନଙ୍କୁ କହିଥିଲେ ଅତି ଶିଘ୍ର ଦୋଷୀ ମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ପ୍ରତିଶୃତି ଦେଇଥିଲେ।