Odiapua.com

ଜିଲ୍ଲାପାଳଙ୍କ ସ୍ୱଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା

ପୁରୀ, ୦୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜାରୀ ସ୍ୱଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆବର୍ଜନ ସଂଗ୍ରହ, ଅଳିଆ ସଂଗ୍ରହ ସ୍ଥାନରୁ ପୃଥକୀକରଣ ଓ ସଫେଇ ଅଭିଯାନ ସଂମ୍ପର୍କରେ ଅବଗତ ହୋଇଥିଲେ। ସ୍ୱଚ୍ଛ ସବାରୀ ଦ୍ୱାରା ସହରର ବିଭିନ୍ନ ଅଞ୍ଚଳରୁ ଆବର୍ଜନା ସଂଗ୍ରହ ଗାଡ଼ି ଯିବାରେ ସମସ୍ୟା ଥିବା ଗଳିରୁ ଠେଲାଗାଡ଼ି ମାଧ୍ୟମରେ ଅଳିଆ ସଂଗ୍ରହ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ଏଥିସହ ସ୍ୱଚ୍ଛସାଥି, ସ୍ଥାନୀୟ ବାସୀନ୍ଦାମାନଙ୍କ ସତ୍ସ୍ୱଚ୍ଛତା ସଂମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ସହ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ, ଫିଡ଼ ବ୍ୟାକ ଫାଉଣ୍ଡେସନର ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।