Odiapua.com

ଜିଲ୍ଲାପାଳଙ୍କ ସୁରଜମଲ୍ଲ ଶାହା କଲେଜ ଗସ୍ତ : ଭିତ୍ତିଭୂମିର ଯାଞ୍ଚ, ସଂଲଗ୍ନ ରାସ୍ତା ଓ ପାଚେରୀ ନିର୍ମାଣ ନିମନ୍ତେ ପଦକ୍ଷେପ

ପୁରୀ ୧୬.୦୫ (ଓଡ଼ିଆ ପୁଅ) – ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୁରଜମଲ୍ଲ ଶାହା କଲେଜ ଗସ୍ତ କରି ମହାବିଦ୍ୟାଳୟର ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ଶିକ୍ଷା ଓ ଶୈକ୍ଷିକ ବାତାବରଣ ସହ ଆବଶ୍ୟକୀୟ ଭିତ୍ତିଭୂମି ସୁଦୃଢକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟ ପାଚେରୀ ଓ ସଂଲଗ୍ନ ରାସ୍ତା ନିର୍ମାଣ, କ୍ରୀଡା ଭିତ୍ତିଭୂମି ତଥା ଇନଡୋର ଓ ଆଉଟ ଡୋର ଷ୍ଟାଡିୟମ୍, ସ୍ମାର୍ଟ ଶ୍ରେଣୀ ଗୃହ, ଲାବୋରେଟୋରୀ, ଇ-ଲାଇବ୍ରେରୀ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନିଆଯିବ। ଏଥିନିମନ୍ତେ ଆବଶ୍ୟକୀୟ ଜମି ଯୋଗାଇ ଦିଆଯିବ। ଏଥିସହ ଜିଲ୍ଲାପାଳ ମହାବିଦ୍ୟାଳୟ ପରିସରରେ ଥିବା କ୍ରୀଡା ଉପକରଣ ଗୃହ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କକ୍ଷ, ଲାଇବ୍ରେରୀ ଆଦି ବୁଲି ଦେଖିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ସନ୍ଧ୍ୟାରଣୀ ମହାପାତ୍ର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ମହାପାତ୍ର, ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ବେହେରା, ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ପ୍ରଧ୍ୟାପକ ଡଃ ସୁରେନ୍ଦ୍ର କୁମାର ଜେନା, ଡଃ ଦିପ୍ତି ପ୍ରସାଦ ମହାନ୍ତି, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।