Odiapua.com

ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର :୧୦୦ଟି ଅଭିଯୋଗ ଆଗତ

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତି ସେଂଟ୍ରାଲ ସଭା ଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିବା ୧୦ଟା ସମୟରେ ଏହି ଶିବିରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଉକ୍ତ ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଆପତିଜନକ ଅଭିଯୋଗ ଆଗତ ହୋଇଥିଲା।ଏଥିରୁ ୭୭ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୧୭ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୬ଟି ଅଭିଯୋଗ ରହିଥିଲା। ଶୁଣାଣୀ ସମୟରେ ୧୬ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା। ରେଡ୍‌କ୍ରସ ମାଧ୍ୟମରେ ୬ଜଣ ଅଭିଯୋଗକାରୀଙ୍କୁ ମୋଟ ୩୧,୫୦୦/- ଟଙ୍କା ମଞ୍ଜୁର କରାଯାଇଛି।ବିଶେଷ କରି ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା,ଧାନବିକ୍ରି ସମସ୍ୟା,ବିଦ୍ୟୁତ ସମସ୍ୟା,ରାସନ,ଏନଆରଜିଏସ,ଜମିଜମା,ମେଡ଼ିକାଲ୍ ସମସ୍ୟା,ସରକାରୀ ଜମି ଜବରଦଖଲ ଉଛେଦ,ଭଳି ଅଭିଯୋଗ ରହିଥିଲା। ଏହି ଜନଶୁଣାଣୀ ଶିବିରରେ ଭଦ୍ରକ ଏସ.ପି ମନୋଜ କୁମାର ରାଉତ,ଜିଲ୍ଲା ଚିକିତ୍ସାଧିକାରୀ ଡା.ପ୍ରମୋଦ ପ୍ରହରାଜ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ପିଡି ସଶୁଭେନ୍ଦ୍ର ସାମଲ,ଏସ ଡି ପି ଓ ଅନିରୁଦ୍ଧ ମୁଦୁଲି,ଧାମନଗର ତହସିଲଦାର ସାଈଶ୍ରୀ ଲୋକନାଥ ପ୍ରାସାଦ ସେଠୀ,ବିଡିଓ ବନବିହାରୀ ଦିନ୍ଦା,କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ସମସ୍ତ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ୧୦୦ରୁ ଉର୍ଦ୍ଧ୍ୱ ଅଭିଯୋଗର ଶୁଣାଣୀ କରିଥିବା ବେଳେ ଅଧିକାଂଶ ଅଭିଯୋଗକୁ ସଙ୍ଗେ ସଙ୍ଗେ ସମାଧାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗ ପାଇଁ ନିର୍ଦ୍ଦିଷ୍ଟ ବିଭାଗଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ରାଉତରାଏ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉକି ବୈତରଣୀ ଓ କୋଚିଳା ନଦୀରେ ଘେରି ବନ୍ଦ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ପାଇଁ ପ୍ରଦୀପ ମଲ୍ଲିକ,ସ୍ଥାନୀୟ ସରପଂଚ,କମନ୍ୟୁଷ୍ଟି ନେତା ଚନ୍ଦ୍ରଶେଖର ନାୟକ ଓ ଅନ୍ୟ ମାନେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି।ସେହିପରି ଏନ ଏ ସି ଉପାଧ୍ୟକ୍ଷ ଓସିମ ଏଜଦାନି କାଦୀରି ଉକ୍ତ ଅଂଚଳର ମଞ୍ଜୁର ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ବେଳେ ବରିଷ୍ଠ ଚାଷୀ ମାନସ ମହାପାତ୍ରଙ୍କ ନେତୃତ୍ୱରେ ଚାଷୀମାନେ ଦକ୍ଷିଣବାଡ଼,ହାଜିପୁର,କୃଷ୍ଣ ଦାସପୁର, ରାଧାବ୍ଲଭପୁର ଆଦି ମୌଜାର ଚାଷୀମାନେ ଯ”ନଦୀ ପ୍ରବାହିତ ହେଉଛି।ଆମ୍ଭମାନଙ୍କର ଜମିରେ ପାଣି ଜମି ରହିବା ଫଳରେ ଚାଷ ହୋଇପାରୁନାହିଁ।ତେଣୁ ଜମି ରହୁଥିବା ପାଣିକୁ ନିଷ୍କାସନ କରିବା ପାଇଁ ସ୍ଥାନୀୟ ଚାଷୀମାନେ ଜିଲ୍ଲାପାଳଙ୍କୁ ଅନୁରୋଧ ସହିତ ଦାବି କରିଛନ୍ତି। ଦାବିପତ୍ର ଗ୍ରହଣ କରି ଏହାର ସମାଧାନ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ରାଉତରାଏ ନିର୍ଦ୍ଦେଶ ଦେଇଥିଲେ।